You are currently viewing ପୁରୁଷୋତ୍ତମପୁର ଓକିଲ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼, ଓ ରବୀନ୍ଦ୍ର ସମ୍ପାଦକ ନିର୍ବାଚିତ
ପୁରୁଷୋତ୍ତମପୁର ଓକିଲ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼, ଓ ରବୀନ୍ଦ୍ର ସମ୍ପାଦକ ନିର୍ବାଚିତ

ପୁରୁଷୋତ୍ତମପୁର ତା-୨୯ /0୩/ ପୁରୁଷୋତ୍ତମପୁର ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନହୋଇ ଯାଇଛି | ସେମାନେ ହେଲେ ସଭାପତି ପଦ ପାଇଁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଗୌଡ଼ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ସ୍ୱରାଜ୍ୟପାଣିଗ୍ରାହୀ ଙ୍କୁ ପରାସ୍ତ କରିଛନ୍ତି | ସେହିପରି ସମ୍ପାଦକ ପଦ ପାଇଁ ରବୀନ୍ଦ୍ର ସାହୁ, ଉପ ସଭାପତି ଭାବେଦୁର୍ଗା ଚରଣ ଦାଶ ନିର୍ବାଚିତ ହୋଇଛନ୍ତି ସହ-ସମ୍ପାଦକ ପଦ ପାଇଁ ଶଶାଙ୍କ ଶେଖର ରାଓ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି l ପୁରୁଷୋତ୍ତମପୁର ଓକିଲ ସଂଘର ସର୍ବମୋଟ ୭୩ ଟି ଭୋଟର ଥିବା ବେଳେ ୬୫ ଖଣ୍ଡ ଭୋଟର ମତଦାନ ହୋଈଥିଲା l ସେଥି ମଧ୍ୟରୁ ନୂତନ ଭାବେ ନିର୍ବାଚିତ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼ ୩୮ ଖଣ୍ଡ ପାଇଁ ଥିବା ବେଳେ ସ୍ୱରାଜ୍ୟ ପାଣିଗ୍ରାହୀ ୨୭ ଖଣ୍ଡପାଇପରାଜୟ ଗ୍ରହଣ କରିଥିଲେ

l ସେହିପରି ନୂତନ ଭାବେ ନିର୍ବାଚିତ ଉପ ସଭାପତି -ଦୁର୍ଗା ଚରଣ ଦାସ ୩୯ ଖଣ୍ଡ ପାଇଁ ଥିବା ବେଳେ ଅଶୋକ କୁମାର ମହଙ୍କୁଡ଼ ୨୬ ଖଣ୍ଡ ପାଇଁ ପରାଜୟ ଗ୍ରହଣ କରିଥିଲେ l ସେହିପରି ନୂତନ ଭାବେ ନିର୍ବାଚିତ ସମ୍ପାଦକ ରବୀନ୍ଦ୍ର ସାହୁ ୨୫ ଖଣ୍ଡ ଭୋଟର ପାଇଁ ଥିବା ବେଳେ ସଦାଶିବ ପଣ୍ଡା ୧୯ ଖଣ୍ଡ,ପାଇ ପରାଜୟ ହୋଇଛନ୍ତି, ଆଉଜଣେ ପାର୍ଥି ରାମ ଚନ୍ଦ୍ର ଆଚାର୍ଯ୍ୟ ୧୪ ଖଣ୍ଡ ପାଇଁ ଥିବା ବେଳେ ଅମରେଶ ତ୍ରିପାଠୀ ୬ ଖଣ୍ଡ ଭୋଟ ପାଇଥିଲା ବେଳେ ସେ ମଧ୍ୟରୁ ଜଣେ ଆଇନଜୀବୀ ଜାଣି ଶୁଣି ଗୋଟିଏ ଭୋଟ କୁ ରିଜେକ୍ଟ କରିଥିଲେ l

ସେହିପରି ସହ-ସମ୍ପାଦକ ଅପ୍ରତିଦ୍ବନ୍ଦି ଭାବେ ପୂର୍ବରୁ ନିର୍ବାଚିତ ହୋଇଥିବାର ନିର୍ବାଚନ ଅଧିକାରୀ ବାସୁଦେବ ଜେନାଙ୍କ ଠାରୁ ସୂଚନା ଦେଇଛନ୍ତି ଳ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ଆଇନ ଜୀବି ସିମାଞ୍ଚଳ ମିଶ୍ର ଫୁଲ ମାଳ ଓ ଭାସ୍କର ମାଳ ଦେଇ ବାଣ ଫୁଟାଇ ସ୍ୱାଗତ କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ