ଖଲ୍ଲିକୋଟ ; 26/12 ଖଲ୍ଲିକୋଟ ରେ ବିଜେଡ଼ି ର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ମହାସମାରୋହ ପାଳିତ ହୋଇଯାଇଛି | ଖଲ୍ଲିକୋଟ ସ୍ଥିତ ମର୍ଦରାଜ କଲ୍ୟାଣ ମଣ୍ଡପ ରେ ଆୟୋଜିତ ବିଜେଡ଼ି ର 27 ତମ ପ୍ରତିଷ୍ଠା ଦିବସ ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡ଼ି ଗତ 27 ବର୍ଷ ଶାସନ କାଳରେ ଓଡିଶା ର ଦ|ରିଦ୍ର୍ୟ, ଶିକ୍ଷା, ସ୍ଵାସ୍ଥ୍ୟ , ଗମନାଗମନ, ଜଳସେଚନ ଓ ପାନୀୟ ଜଳ ସମେତ ନିଯୁକ୍ତି କ୍ଷେତ୍ର ବାତ୍ୟା, ମରୁଡି ଓ କରୋନା ମହାମାରୀ ଭଳି ବହୁ ସମସ୍ୟା ସମାଧାନ କ୍ଷେତ୍ର ରେ ନବୀନ ଙ୍କ ଛବି ସାରା ବିଶ୍ୱ ରେ ପରିଚିତ ବୋଲି ପ୍ରକାଶ କରିଥିଲେ |

ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଙ୍କ ଦ୍ୱାରା ପରିଚାଳିତ ପ୍ରତିଷ୍ଠା ଦିବସ ରେ ଖଲ୍ଲିକୋଟ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ଖୁଣ୍ଟିଆ, ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ, ବିନାୟକ ଜାଲ୍ଲୀ, ଚନ୍ଦନା ସେଠି, ଯୁବ ସଭାପତି ଦୟାନିଧି ସାହୁ ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ନିର୍ବାଚନ ମଣ୍ଡଳୀ ବିଜେଡ଼ି ଯୁବ ସଭାପତି ଭିକାରି ପାଣ୍ଡୀ ଓ ବରିଷ୍ଠ ନାରୀନେତ୍ରୀ ବୀଣାପାଣି ପାଣିଗ୍ରାହୀ ଙ୍କ ସମେତ ସମସ୍ତ ବିଜେଡ଼ି ଯୁବ ଓ ଛାତ୍ର ପ୍ରତିନିଧି ଯୋଗ ଦେଇଥିବା ବେଳେ ପୁରୁଷୋତ୍ତମପୁର ବ୍ଲକ ର ବ୍ଲକ ଅଧକ୍ଷ ପିଙ୍କି ଗୌଡ଼, ବ୍ଲକ ବିଜେଡ଼ି ଅଧକ୍ଷ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ଏନ ଏ ସି ଅଧକ୍ଷ ପ୍ରିୟଙ୍କା ଗୌଡ଼ ନଗର ବିଜେଡ଼ି ସଭାପତି ପ୍ରଭାତ ପଟ୍ଟନାୟକ ବ୍ଲକ ଯୁବ ବିଜେଡ଼ି ସଭାପତି ନୀଳମଣି ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ମମତା ବାରିକ ଓ ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷ| ଭାରତୀ ମହାରଣା ଙ୍କ ଉଭୟ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |ଖଲ୍ଲିକୋଟ ର ପ୍ରାକ୍ତନ ବିଧାୟିକା ଭି ସୁଜ୍ଞାନୀ କୁମାରୀ ଦେଓ ଙ୍କ ସୁପାରିଶ କ୍ରମେ ଗତ 2009 ମସିହା ରେ ବିଜେପି ପାର୍ଥି ଭାବେ ଲଢ଼ି ଥିବା ନାରୀ ନେତ୍ରୀ ମିନା କୁମାରୀ ଟହଲ ପ୍ରତିଷ୍ଠା ଦିବସ ଅବସର ରେ ତାଙ୍କ ସମର୍ଥକ ମାନଙ୍କ ସହ ଅନୁଷ୍ଠାନିକ ଭାବେ ବିଜେଡ଼ି ଦଳ ରେ ଯୋଗ ଦେଇଥିଲେ |ତାଙ୍କୁ ଦଳୀୟ ନେତା ଓ କର୍ମୀ ମାନେ ସ୍ୱାଗତ କରିଥିବା ଜଣାପଡିଛି |.

ଉକ୍ତ ସମାବେଶ ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବହୁ ପୁରୁଷ ଓ ମହିଳା ବିଜେଡ଼ି କର୍ମୀ ମାନେ ଯୋଗ ଦେଇ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
