ଗତ ଅପ୍ରେଲ ୧୪ ହନୁମାନ ଜୟନ୍ତୀ ପାଳନ ଅବସରରେ ସମ୍ବଲପୁରରେ ମୁସଲମାନଙ୍କ ଦ୍ଵାରା ହିନ୍ଦୁମାନଙ୍କ ପ୍ରତି ହୋଇଥିବା ଆକ୍ରମଣ ପ୍ରତିବାଦରେ ସୋମବାର ଦିନ ଦିଗପହଣ୍ଡି ବ୍ଳକ ହିନ୍ଦୁ ସମାଜ ପକ୍ଷରୁ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ସମ୍ବଲପୁରରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଦ୍ବାରା ଆୟୋଜିତ ଏକ ଶାନ୍ତିପୂର୍ଣ୍ଣ ବାଇକ୍ ଶୋଭାଯାତ୍ରା ଚାଲିଥିବା ବେଳେ ସେଠାରେ ବାସ କରୁଥିବା ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହାକୁ ବିରୋଧ କରି ହିନ୍ଦୁ ମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ ବାଇକ୍ ପୋଡ଼ି ଦେଇଥିଲେ । ଏଥିରେ ଜଣେ ହିନ୍ଦୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି । ଘଟଣାପରେ ସମ୍ବଲପୁର ସହରରେ ୧୪୪ ଧାରା ଲାଗୁ ରହିଥିବା ବେଳେ ବର୍ତ୍ତମାନ କୋହଳ ରହିଥିବା ନଜିର ରହିଥିବା ଜଣାପଡିଛି । ଯାହାକୁ ନେଇ ଆଜି ହିନ୍ଦୁ ସମାଜ ପକ୍ଷରୁ ପ୍ରହଲ୍ଲାଦ ଡାକୁଆଙ୍କ ନେତୃତ୍ୱରେ ବିଭିନ୍ନ ଦଳର ସଦସ୍ୟମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହିନ୍ଦୁ ସମାଜ ପ୍ରତି ସୁରକ୍ଷା , ଆକ୍ରମଣର ବଶବର୍ତ୍ତୀ ହୋଇଥିବା ପରିବାରକୁ ନ୍ୟାୟ , ଓଡ଼ିଶାର ବିଭିନ୍ନ ସ୍ଥାନରେ ସକ୍ରିୟ ମୁସଲମାନ ପରିବାରକୁ ଦୃଢ ହସ୍ତରେ ଦମନ , ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରି ନିରୀହ ହିନ୍ଦୁ ସମାଜ ଉପରେ ଆକ୍ରମଣ କରିଥିବା ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦିଗପହଣ୍ଡି ବସଷ୍ଟାଣ୍ଡ ଠାରୁ କର୍ମକର୍ତ୍ତା ମାନେ ନାରାବାଜି ଦେଇ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିବାଦ ସଭାରେ ବିଜେପି ନେତା ଇଂ . ଉତ୍ତମ ପାଣିଗ୍ରାହୀ , ମହନ୍ତ ଚିନ୍ମୟାନନ୍ଦ ଦାସ , ଯୋଗୀ ଦେବଦତ୍ତ ମେକାପ , ଶ୍ରୀହର୍ଷ ପଣ୍ଡା , ପରେଶ୍ ଚନ୍ଦ୍ର ରଥ , ଏସ୍ . ସୁନୀଲ କୁମାର ଦୋରା , ନାରାୟଣ ସାବତ , ଗଜାନନ ତ୍ରିପାଠୀ ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ । ରିପୋର୍ଟ କିରଣ କୁମାର ବେହେରା
