ଚିଲିକା ;- ଚିଲିକା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ତରଫରୁ ଚିଲିକା ବ୍ଲକ ହରିପୁର ଗ୍ରାମ ପଞ୍ଚାୟତ ମା ଉତରାଣୀ ମନ୍ଦିର ପ୍ରାଙ୍ଗଣ ଠାରେ ସାଂଗଠନିକ ବୈଠକ ଅନୁଷ୍ଠିତ , ଏହି ବୈଠକରେ ଆଜି ଶତାଧିକ କର୍ମୀମାନେ ଉପସ୍ଥିତ ରହି କଂଗ୍ରେସ କୁ ତୃଣମୂଳ ସ୍ତରରୁ ସଜାଡ଼ିବା ପାଇଁ ସମସ୍ତ କର୍ମୀମାନେ ଏକାଠି ହୋଇଛନ୍ତି , ଖୋର୍ଦ୍ଧା ଜିଲ୍ଲାର ମହିଳା କଂଗ୍ରେସ ସମ୍ପାଦିକା ମିନାକୀ ପ୍ରଧାନ ଙ୍କ ନେତୃତ୍ୱରେ ଦୁଇ ଶହରୁ ଉର୍ଦ୍ଧ୍ବ କର୍ମୀମାନେ ଯୋଗଦେଇ ଥିଲେ । ଚିଲିକା ନିର୍ବାଚନ ମଣ୍ଡଳୀ ର ଏକ୍ସ ଯୁବ କଂଗ୍ରେସ ସଭାପତି ବିପିନି ବିହାରୀ ବାରିକ , ସାଧାରଣ ସମ୍ପାଦକ କୁଳମଣି ସାହୁ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ଚିଲିକା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଆଲୋଚନା କରିଛନ୍ତି । ବିଜେପି ଓ ବିଜେଡି ଯେଉଁଭଳି ଭାବରେ ରାଜ୍ୟରେ ଦରଦାମ ବଢ଼ାଇ ସାଧାରଣ ଲୋକଙ୍କୁ ଲୁଟୁଛି ତାହା ନକହିବା ଭଲ ବୋଲି କହିଛନ୍ତି ମହିଳା ସମ୍ପାଦିକା ମିନାକୀ ପ୍ରଧାନ। ଆଗାମୀ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ତାହାର ରାଜ୍ୟ ସରକାରଙ୍କୁ ନିଶ୍ଚିତ ଭାବରେ ଜବାବ ଦେବ । ଆଜି ଚିଲିକା ବ୍ଲକ ହରିପୁର ଗ୍ରାମ ପଞ୍ଚାୟତ ନୂଆ ପାଟଣା ଗ୍ରାମର ୩୪ ଗୋଟି ଗ୍ରାମ ପଞ୍ଚାୟତ ରୁ ୧୩ ଗୋଟି ଗ୍ରାମ ପଞ୍ଚାୟତ ଲୋକେ କଂଗ୍ରେସ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଡ଼ାକରା ଦେଇଛନ୍ତି । ହରିପୁର , ସୋରଣ ,ମାନସିଂହପୁର , ଆଙ୍କୁଲା , ମୋରାମୋରୋ , ହାଟ ବରଢ଼ୀହ , ବିରିବାଡ଼ି , ନନ୍ଦପୁର ,ନାଚୁଣି ,ବଉଳାବନ୍ଧ , ନୀଳାଦ୍ରି ପ୍ରସାଦ , ସମସ୍ତ ଗ୍ରାମ ପଞ୍ଚାୟତ ର କର୍ମୀମାନେ ଉପସ୍ଥିତ ରହି ଆଗକୁ ସଂଘଠନ ଜୋରଜାର ରହିବ ବୋଲି ଆଲୋଚନା ହୋଇଛି ।

ଆଗାମୀ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀ ର ସମସ୍ତ ଗ୍ରାମ କୁ ଯାଇ ଖୋର୍ଦ୍ଧା ଜିଲ୍ଲା ମହିଳା ସମ୍ପାଦିକା ମିନାକୀ ପ୍ରଧାନ ଘର ଘର ସମସ୍ତ ସମସ୍ୟା ବୁଝିବେ ଓ ଲୋକଙ୍କ ଦୁଃଖ ସୁଖରେ ଠିଆ ହୋଇ ପାଖରେ ରହିବ ବୋଲି ସୂଚନା ଦେଇଛନ୍ତି ।
