You are currently viewing ବୁଢାମ୍ବ ରେ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ, 3 ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହେଲେ ଏସ କେ ଜୁଲ ଫିକର ଅଲ୍ଲୀ
ବୁଢାମ୍ବ ରେ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ, 3 ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହେଲେ ଏସ କେ ଜୁଲ ଫିକର ଅଲ୍ଲୀ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ର ବୁଢାମ୍ବ ଗ୍ରାମ ପଂଚାୟତ ର ସାତ ନମ୍ବର ୱାର୍ଡରେ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହୋଈ ଗୁରୁବାର ଦିନ ଗଣତି ହୋଈ ଥିଲା ! ଏଥିରେ ଏସ କେ ଜୁଲ ଫିକର ଅଲ୍ଲୀ 92ଖଣ୍ଡ ଭୋଟ ପାଇ ଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ପୀର ମହମ୍ମଦ ଖାଁ 89 ଖଣ୍ଡ ଭୋଟ ପାଇ ଥିଲେ ଏବଂ 2 ଖଣ୍ଡ ଭୋଟ ନାକଚ ହୋଇଥିଲା ! ଫଳରେ ଜୁଲ ଫିକର3 ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହେଲେ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି ! ପ୍ରକାଶ ଥାଉ କି ଗତ ପଂଚାୟତ ନିର୍ବାଚନ ରେ କୌଣସି କାରଣ ବଶତଃ ବୁଢାମ୍ବ ପଂଚାୟତ ର 7 ନମ୍ବର ୱାର୍ଡ ରେ ୱାର୍ଡ ସଭ୍ୟ ନିର୍ବାଚନ ହୋଈ ପାରି ନ ଥିଲା ! ନିର୍ବାଚନ କମିଶନ ଙ୍କ ନିର୍ଦେଶ ପ୍ରକାରେ ଏହି ୱାର୍ଡ ରେ ଦୁଇଜଣ ପ୍ରାଥୀ ପତ୍ର ଦାଖଲ କରିଥିଲେ ! ପାର୍ଥି ପତ୍ର ଯାଞ୍ଚ ପରେ ଦୁଇ ଜଣ ନିର୍ବାଚନ ମୈଦାନ କୁ ଓଲ୍ହାଇ ଥିଲେ ! ମଙ୍ଗଳ ବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ! ଏହି ୱାର୍ଡ ରେ 183 ଜଣ ମତଦାନ କରିଥିଲେ !ଏଥିରେ ପ୍ରଦୀପ କୁମାର ପଲାଇ,ଅଜୟ ପଲାଇ,ବକର ଖାଁ, ବାବୁ ଖାଁ, ହମିଦ ଖାଁ, ଅବିନାଶ ନାୟକ, ସହଯୋଗ କରିଥିଲେ।ଗଞ୍ଜାମ ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।