କୋଦଳା – ଆଠଗଡ ତାଲୁକା ଖଲାଡ଼ିମୁଠା ବିଶ୍ଵକର୍ମା ସମାଜ ବଡେଇ କୁଳ ର ତା – ୨୦ . ୦୧ . ୨୦୨୩ ରିଖ ମଧ୍ୟାହ୍ନ ୧୨ ଘଣ୍ଟ ୧୦ ମିନଟ ସମୟରେ ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ମଣ୍ଡପ ରେ ଅନୁଷ୍ଟିତ ହୋଇଥିଲା। ଏହି ସମ୍ମିଳନୀ ରେ ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜ ର କେନ୍ଦ୍ରୀୟ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ଆଠଗଡ଼ ତାଲୁକା ସଭାପତି ଶ୍ରୀ ମଦନ ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ତାଲୁକା ଉପସଭାପତି ଶ୍ରୀ ନୀଳକଣ୍ଠ ମହାରଣା , ଘାଟିପାରୀମୁଡ଼ା ସଭାପତି , ବରିଡା ଖଣ୍ଡିମୁଠା ସଭାପତି ଓ ପୋଲସରା ମୁଠା ସଭାପତିମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସନ୍ତୋଷ ମହାରଣାଙ୍କ ଅଧ୍ୟକ୍ଷତାରେ ଖଲାଡିମୁଠା ବିଶ୍ଵକର୍ମା ସମାଜରେ ନିମ୍ନଲିଖିତ କର୍ମକର୍ତ୍ତାବୃନ୍ଦ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ସଭାପତି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ( ସାତନଳ ) , କାର୍ଯ୍ୟକାରୀ ସଭାପତି ଶ୍ରୀ ହାଡୁବନ୍ଧୁ ମହାରଣା ( କାଲିମେଖି ) , ସମ୍ପାଦକ ଶ୍ରୀ ଭରତ ମହାରଣା ( ଫାସୀ ), ସହ ସମ୍ପାଦକ ଶ୍ରୀ ପ୍ରଭାକର ମହାରଣା ( ଆରଖପୁର ) , କୋଷାଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମହାରଣା ( ଫାସୀ ) , ସାଂଗଠନିକ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମହାରଣା ( କୋଦଳା ) ଏବଂ ଶ୍ରୀ ସନ୍ତୋଷ ମହାରଣା ( କୋଦଳା ) ସହିତ ଚଉଦ ଜଣ ଆଞ୍ଚଳିକ ସଭ୍ୟ ସର୍ବସମ୍ମତି କ୍ରର୍ମେ ନିର୍ବାଚିତ ହୋଇଥିଲେ। ଉପେଦେଷ୍ଟା ରୂପେ ସର୍ବଶ୍ରି ମଦନ ମହାରଣା , ପୂର୍ବତନ ସଭାପତି ସତ୍ୟବାଦୀ ମହାରଣା , ଗୌରାଙ୍ଗ ମହାରଣା ଏବଂ ଆନନ୍ଦ ମହାରଣା ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ଶ୍ରୀ ମଦନ ମହାରଣା ପୋଲସରା ମୁଠା ସଭାପି ସମସ୍ତ କର୍ମକର୍ତ୍ତା ଙ୍କୁ ଶପଥପାଠ କରାଇଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପୋଲସରା ମୁଠା ସମ୍ପାଦକ ଶ୍ରୀ ବିକ୍ରମ ମହାରଣା ସଭାପରିଚାଲାନା କରିଥିଲେ । ସମସ୍ତଙ୍କ ସହଯୋଗ ରେ ସଭାକାର୍ଯ୍ୟ ଓ ନିର୍ବାଚନ ଶୃଙ୍ଖଳିତ ର ସହିତ ସମ୍ପନ୍ନ ହୋଇଥିଲା ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
