You are currently viewing ଏସ୍ ଛଚିନା ଠାରେ ସାମାଜିକ ନାଟକକୁ ଉଦଘାଟନ କଲେ ପୂର୍ବତନ କୋଦଳା ନଗରପାଳ, ନାଟ୍ଯକାର ଓ ବହୁ ନିର୍ଦେଶକକୁଂ ସମ୍ବର୍ଦ୍ଧନା
ଏସ୍ ଛଚିନା ଠାରେ ସାମାଜିକ ନାଟକକୁ ଉଦଘାଟନ କଲେ ପୂର୍ବତନ କୋଦଳା ନଗରପାଳ, ନାଟ୍ଯକାର ଓ ବହୁ ନିର୍ଦେଶକକୁଂ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍ ଛଚିନା ଠାରେ ବୁଧବାର ରାତି ୧୧ ଘଣ୍ଟା ସମୟରେ ଏକ ସାମାଜିକ ନାଟକକୁ ଉଦଘାଟନ କରିଛନ୍ତି କୋଦଳାର ୨ ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଓ ସୁନୀତା ପ୍ରଭା ସାହୁ ।ଉଭୟ ନେତାଙ୍କୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଏସ୍ ଛଚିନା ମୁଖ୍ୟ ରାସ୍ତାରୁ ମଞ୍ଚ ପର୍ଯ୍ୟନ୍ତ ଭବ୍ଯ ସ୍ବାଗତ ପୂର୍ବକ ପାଛୋଟି ନିଆଯାଇଥିଲା ।ଏହାପରେ ମଞ୍ଚରେ ପହଞ୍ଚି ଶ୍ରୀ ସାହୁ ଏହାର ଉଦଘାଟନ କରିବା ସହ ଆୟୋଜିତ ସଭାରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର,ବେଗୁନିଆପଡା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, କବିସୂର୍ଯ୍ୟ ଯୁବ ସଂଗଠନର ସଭାପତି ରଞ୍ଜୀତା ସାହୁ, ସ୍ଥାନୀୟ ଅଞ୍ଚଳରେ ଜନପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲ୍ଲା କଳାର ଏନ୍ତୁଡ଼ିଶାଳ, ଏବଂ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ବିକାଶ ପାଇଁ ଏଭଳି ମଞ୍ଚ ନାଟକ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଶ୍ରୀ ସାହୁ। ଗୁପ୍ତେଶ୍ଵର ଯୁବ ନାଟ୍ୟ ସଂସଦ ଆନୁକୂଲ୍ୟରେ “ଭାଇ ହାତ ଧରି ଚାଲିବି ବାଟ” ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଏହି ଅବସରରେ ଏସ୍ ଛଚିନାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଇନ୍ଦ୍ରମଣି ସାସମଲ, ଶାକୁଂଡାର ନାଟ୍ଯ ନିର୍ଦ୍ଦେଶକ ହରିକୃଷ୍ଣ ପରିଡା, ଶାକୁଂଡାର ନାଟ୍ଯ ନିର୍ଦ୍ଦେଶକ ଭାଗୀରଥୀ ସ୍ବାଇଁ, ବିକ୍ରମପୁର ଗ୍ରାମର ନାଟ୍ଯ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡା, ନାଟ୍ଯକାର ସୁକାନ୍ତ ସାହୁଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ମଞ୍ଚରେ ସମ୍ବର୍ଦ୍ଧନା ଦିଆଯାଇଥିଲା।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।