You are currently viewing ସିମାଞ୍ଚଳ ସାମଲ ବେଗୁନିଆପଡ଼ା ବ୍ଲକର ନୂଆଁ ବିଜେଡି ସଭାପତି।
ସିମାଞ୍ଚଳ ସାମଲ ବେଗୁନିଆପଡ଼ା ବ୍ଲକର ନୂଆଁ ବିଜେଡି ସଭାପତି।

ବେଗୁନିଆପଡ଼ା
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ନୂତନ ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ଚୟନ କରାଯାଇଛି। ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚ୍ଯାଉ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବେଗୁନିଆପଡ଼ା ବ୍ଳକ ସଭାପତି ଭାବେ ସିମାଞ୍ଚଳ ସାମଲଙ୍କୁ ଏହି ପଦବୀ ମିଳିଛି। ପୂର୍ବରୁ ମର୍ଦ୍ଦକୋଟ ପଞ୍ଚାୟତ ସରପଞ୍ଚ ଭାବେ ସିମାଞ୍ଚଳ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରିଛନ୍ତି। ଏଥିସହିତ ଆତ୍ମାର ଅଧ୍ଯକ୍ଷ ଭାବେ ମଧ୍ୟ ତାଙ୍କୁ ଦାୟିତ୍ବ ମିଳିଥିଲା । ପୂର୍ବରୁ ବିଜୟ କୁମାର ଦୋରା ବେଗୁନିଆପଡ଼ା ବ୍ଳକ ସଭାପତି ଭାବେ ପ୍ରାୟ ୧୦ ବର୍ଷ ଧରି ରହି ଆସିଛନ୍ତି। ତେବେ ବ୍ଲକ ସଭାପତି ପଦବୀ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।