You are currently viewing ଫାଶୀ ରେ ବିଜେପି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ
ଫାଶୀ ରେ ବିଜେପି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ

କୋଦଳା, :ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ବାଟମାରଣା, ଚାଷୀ ଙ୍କ ସମସ୍ୟା କୁ ଅଣଦେଖା କରିବା,ସବୁ ସରକାରୀ କାର୍ଯ୍ୟରେ ପିସି କାରବାର ବିରୁଦ୍ଧରେ ଆଜି ଗର୍ଜିଛି କବିସୂର୍ଯ୍ୟନଗର ବିଜେପି | କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫାଶୀ ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ଏ ନେଇ ବର୍ଷୀଛନ୍ତି ସ୍ଥାନୀୟ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକ | ଫାଶୀ ର ମୁଖ୍ୟ ପ୍ରବେଶ ପଥରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସମସ୍ତ ସାହି ପରିକ୍ରମା କରିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସ୍ଥାନୀୟ ଜନସାଧାରଣ ଙ୍କ ନିମନ୍ତେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ମୋଦୀ ସରକାରଙ୍କ ଜନହିତକର ଯୋଜନା ଓ ସୁଶାସନ ସମ୍ବନ୍ଧୀୟ ପ୍ରଚାର ପତ୍ର ମଧ୍ୟ ଲୋକଙ୍କୁ ବଣ୍ଟନ କରାଯିବା ସହ ଆଗାମୀ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ କର୍ମୀମାନଙ୍କ ମଧ୍ୟରେ ସୁସମ୍ପର୍କ ବଢ଼ାଇବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା | ଗତ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି କେଉଁ ପଞ୍ଚାୟତରେ କିପରି ରହିଥିଲା, ଯେଉଁ ପଞ୍ଚାୟତରେ ଦଳର ସ୍ଥିତି ଦୁର୍ବଳ ଅଛି ସେଠାରେ କିପରି ସୁଦୃଢ କରାଯିବ ସେ ସମ୍ପର୍କରେ କର୍ମୀ ସମ୍ମିଳନୀରେ ବିଶେଷ ଭାବରେ ସ୍ଥାନ ପାଇଥିଲା। ତା’ ସହିତ ବିଜେପି ଦଳକୁ ଅଧିକ ସୁଦୃଢ କରିବାକୁ ପ୍ରତି ପଞ୍ଚାୟତରେ କର୍ମୀଙ୍କ ସଂଖ୍ୟା ବଢ଼ାଇବା ଦିଗରେ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ନାୟକ | ଏହି କର୍ମୀ ସମ୍ମିଳନୀ ରେ ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା, ବିଜେପି ନେତା ରତନ ବିଶୋଇ, ସୂର୍ଯ୍ୟାଂଶୁ ବେହେରା, ତୋଫାନ ସେଠି, ନାରାୟଣ ବିଶ୍ୱାଳ ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ | ଢୁ ଢୁ ବର୍ଷା ରେ ଶ୍ରୀ ନାୟକ ବିଜେପି କର୍ମୀ ମାନଙ୍କୁ ସାଙ୍ଗରେ ନେଇ ଫାଶୀ ପରିକ୍ରମା କରୁଥିବା ଦୃଶ୍ୟ ସତରେ ନିଆରା ବୋଲି କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ସନ୍ଧ୍ୟା ସମୟରେ ଆୟୋଜିତ ଏହି ସମ୍ମିଳନୀ ଅଵ୍ୟବାହିତ ପୂର୍ବରୁ ବିଦ୍ୟୁତ କଟିବା କୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା |ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।