You are currently viewing ଭାରତୀୟ ମଜଦୂର ସଙ୍ଘର ଶ୍ରମିକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ଦାବୀ ନେଇ ଦେଶ ବ୍ୟାପି ପ୍ରତିବାଦ ଦିବସ।
ଭାରତୀୟ ମଜଦୂର ସଙ୍ଘର ଶ୍ରମିକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ଦାବୀ ନେଇ ଦେଶ ବ୍ୟାପି ପ୍ରତିବାଦ ଦିବସ।

ଛତ୍ରପୁର -ଭାରତୀୟ ମଜଦୂର ସଂଘ ର ରାଞ୍ଚି ଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି ନିଷ୍ପତି ଅନୁଯାଇ ସାରା ଭାରତରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ରେ ଶ୍ରମିକ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜିଲ୍ଲପାଳ ଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ କରିଥିଲେ।

ପ୍ରତିବାଦ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୀର୍ଘଦିନ ଧରି ଅପେକ୍ଷାରତ ଶ୍ରମିକ ସମସ୍ୟା ଗୁଡିକର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶ୍ରମିକ ମାନଙ୍କ ଲମ୍ବିତ ଦାବୀ ଗୁଡିକ ଉପରେ ତତ୍କାଳ ପଦକ୍ଷେପ ନେବାକୁ ବାଧ୍ୟ୍ୟ କରିବା। ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଆଗରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଏଥିରେ ଗଞ୍ଜାମ ଜିଲ୍ଳାର ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ,ନିର୍ମାଣ ଶ୍ରମିକ, ଆଇ ଆର ଇ ଶ୍ରମିକ, ବିଦ୍ୟୁତ କର୍ମଚାରୀ ଏବଂ ଡାକ କର୍ମଚାରୀ ସଙ୍ଘର ଶ୍ରମିକ ଓ କର୍ମଚାରୀ ଯୋଗଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଚପଳା ନାୟକ, ଆଶାକର୍ମୀ ରାଜ୍ୟ କୋଷାଧକ ମମତା ମହାନ୍ତି ବି ଏମ ଏସ ଗଞ୍ଜାମ ଜିଲ୍ଲା ସଂଗଠନ ମନ୍ତ୍ରୀ ଗୋପାଳ କ୍ରିଷ୍ଣା ସ୍ୱାଇଁ ଏବଂ ଅଲ ଓଡିଶା ଅଙ୍ଗନୱାଡି କର୍ମୀ ହେମଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।