ପୁରୁଷୋତ୍ତମପୁର , ୨୨/୦୧ – ( ପ୍ରସନ୍ନ କୁମାର ଦାସ ) -:- ପୁରୁଷୋତ୍ତମପୁର ରଥସାହି ସ୍ଥିତ ଜଗନ୍ନାଥ ମନ୍ଦିର ରେ ଖଲ୍ଲିକୋଟ ପୂର୍ବତନ ବିଧାୟକ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ | ଏଥିରେ ଏନେଏସିର ପୂର୍ବତନ ନଗର ପାଳ ବାସୁଦେବ ମହାପାତ୍ର, ସ୍ୱାଗତ ଭାଷଣ ଦେଇ ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଲକ୍ଷ ଉପରେ ସୂଚାଇ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରାଇପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥୀ, କେ ଏନ ପୁର ର ପୂର୍ବତନ ସରପଞ୍ଚ କୈଳାଶ ଗୌଡ଼, ରଣ ଝାଲି ର ପୂର୍ବତନ ସରପଞ୍ଚ ରମେଶ ବେହେରା, ଆଇନଯିବି ମନୋଜ ପଟନାୟକ, ବୁଲୁଦାସ, ବାସୁଦେବ ମହାପାତ୍ର, ଏନଏସି ର ପୂର୍ବତନ କାଉନ ସିଲର ସନ୍ତୋଷ ପଣ୍ଡା, ମଞ୍ଚରେ ମଞ୍ଚାସିନ ରହି କିଛି କୁଚକ୍ରୀ ଗୋଷ୍ଠି ବିଜେଡିରେ ଫାଟ ସୃଷ୍ଟି କରି ବିଜେଡିକୁ ଖଣ୍ଡ, ବିଖଣ୍ଡିତ କରିବାରେ ଚେଷ୍ଟା ଜାରି ରଖିଛନ୍ତି | ତେବେ ପୁର୍ଣଚନ୍ଦ୍ର ସେଠୀ ଙ୍କ ସମୟରେ ଲୋକମାନଙ୍କ ସହିତ ମିଶି ସେମାନଙ୍କ ସୁଖଦୁଃଖରେ ସାହାରା ହେଉଥିଲେ | ତେଣୁ ସମସ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ପୁର୍ଣ ବାବୁଙ୍କୁ ପୁଣିଥରେ ବିଜେଡିର ବିଧାୟକ ନିମନ୍ତେ ଟିକଟ ଦେଲେ ପୁରୁଷୋତ୍ତମପୁର ଏନଏସି ବାସୀ ୧୫ ଗୋଟି ପଞ୍ଚାୟତ ବାସୀ ଉପକୃତ ହୋଇ ପାରିବେବୋଲି କହିଛନ୍ତି | ଆଜିର ଏହି ବୈଠକରେ ପୁର୍ଣ ବାବୁ ଜନସାଧାରଣ ଙ୍କୁ ଉଦବୋଧନ ଦେଇ ମୁଁ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି ମୋର ବିଶ୍ୱାସ ରହିଛି ଏବଂ ସେ ଯେତେବେଳେ ଯେଉଁ କାର୍ଯ୍ୟତାଙ୍କୁ ଦେଇଛନ୍ତି ସେ ତାକୁ କାର୍ଯ୍ୟରେ ପରିଣତ କରିଛି | ତେଣୁ ତାଙ୍କ ଉପରେ ମୋର ବିଶ୍ୱାସ ରହିଛି ଓ ରହିବ ମଧ୍ୟ| ତେବେ ଜନ ସାଧାରଣ ଙ୍କ ତାଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଏବଂ ଭଲ ପାଇବା ରହିଛି ସେଥି ନିମନ୍ତେ ମୁତାଙ୍କୁ ଧନ୍ୟବାଦ ଦେଉଛି ବୋଲି କହିଥିଲେ | ତେବେ ଜନସାଧାରଣ ଙ୍କ ଅନୁରୋଧ କୁ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ବାବୁଙ୍କୁ ଟିକଟ ଦେବେ ବୋଲି ସମସ୍ତଙ୍କ ଆଶା ବିଶ୍ୱାସ ରହିଛି | ଏହି ବନ୍ଧୁ ମିଳନରେ ଏକ ହଜାର ରୁ ଉର୍ଦ୍ଧ ଲୋକ ଜମା ହୋଇଥିଲେ | ଅନ୍ୟ କର୍ମୀ ମାନେ ହେଲେ ପ୍ରହଲ୍ଲାଦ ସାହୁ, ରାଧା କୃଷ୍ଣ ବେହେରା, ଶରତ ଚନ୍ଦ୍ର ମହାପାତ୍ର, ସୁଦର୍ଶନ ବେହେରା, ସିମାଞ୍ଚଳ ମହାପାତ୍ର, ନାରାୟଣ ସେନାପତି, ତ୍ରିଲୋଚନ ଗୌଡ଼, ଚକ୍ର ପାଣି ପାତ୍ର, ଏବଂ ଅନ୍ୟ ପଞ୍ଚାୟତ ରୁ ମଧ୍ୟ କର୍ମୀ, ନେତା ଉପସ୍ଥିତ ଥିଲେ |

