ବ୍ରହ୍ମପୁର:ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଦଳର ୨୭ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଦିନ ମହା ସମାରୋହରେ ପାଳନ କରାଯାଇଛି । ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ

ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ କମିଟି ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସାଂସଦ ଚନ୍ଦ୍ର ଶେଖର ସାହୁ, ରାଜ୍ୟ ବିଜେଡ଼ି ସମ୍ପାଦକ ତଥା ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଜିଲ୍ଲା ସଭାନେତ୍ରୀ ତଥା ମେୟର ସଂଘମିତ୍ରା ଦଳାଇ, ଜିଲ୍ଲା ଉପ ସଭାପତି ଭୀମସେନ ଦଳାଇ ଉପ ମେୟର ବିବେକ ରେଡ୍ଡୀଙ୍କ ସମେତ ଦଳର ସମସ୍ତ ନେତ୍ରୁ ବୃନ୍ଦ, ମହାନଗର ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା, ବରିଷ୍ଠ ନେତୃ ମଣ୍ଡଳୀ, ମହିଳା, ଯୁବ, ଛାତ୍ର, ସଂଖ୍ୟା ଲଘୁ, ଶ୍ରମିକ, କୃଷକ, ଆଇନ ସେଲ, ଭିନ୍ନକ୍ଷମ, ଦଳିତ ଓ ଜନଜାତି ସଂଗଠନର ସମସ୍ତ କର୍ମକର୍ତ୍ତା ଏବଂ ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳର ସମସ୍ତ ସକ୍ରିୟ କର୍ମୀ ଯୋଗଦାନ କରିଥିଲେ।
ସେହିପରି ଅପରାହ୍ନରେ ଉତ୍କଳ ସିନେମା ଛକ ଠାରେ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ରକଦାନ ଶିବିରରେ ସର୍ବମୋଟ ୧୭୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।
ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରାଙ୍କ ରିପୋର୍ଟ IJB
