You are currently viewing ବିଜେପି ପଞ୍ଚାୟତ ସ୍ତରୀୟ କାର୍ଯ୍ୟାଳୟ ଉଦଘାଟିତ।
ବିଜେପି ପଞ୍ଚାୟତ ସ୍ତରୀୟ କାର୍ଯ୍ୟାଳୟ ଉଦଘାଟିତ।

ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୟା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଠାରେ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାନ ସଭା ନେତା ଓ ଶିକ୍ଷାବିତ୍ ସୁଧାଂଶୁ ଶେଖର ନାୟକ ମଣ୍ଡଳ ସଭାପତି ତରଣୀ ସେନ୍ ଜେନା ପୂର୍ବତନ ମଣ୍ଡଳ ସଭାପତି ଗିରିଶ ସାମଲ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ। ବିକ୍ରମ କୁମାର ମହାପାତ୍ର ଙ୍କ ନେତୃତ୍ବରେ ଆୟୋଜିତ ଉଦଘାଟନ ଉତ୍ସବରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଆଗାମୀ ଦିନରେ ଏହି ପଞ୍ଚାୟତରେ ଆମର ଶକ୍ତି ବଢିବା ସହିତ ଦିନେ ଆମେ ଏଠାରେ ଜସ୍ଵଶି ହେବା ଏଥିରେ ତିଳେ ମାତ୍ରେ ସଂଦେହ ନାହିଁ ବୋଲି ଶ୍ରୀ ନାୟକ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୟଦେବ ସେନାପତି, ଅମୂଲ୍ୟ ପରିଡ଼ା, ଶରତ ପଳେଇ ପ୍ରଭାତ ରାଉତ ପ୍ରମୁଖ ଦଳୀୟ କର୍ମୀ ସହଯୋଗ କରିଥିଲେ।