ପୁରୁଷୋତ୍ତମପୁର ତା-୧୫l୧୧l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହ ଠାରେ ଆଜି ସକାଳ ୧୧ ଘଣ୍ଟିକା ସମୟରେ ପୌରସଂସ୍ଥା ସମୂହର ନିର୍ବାଚିତ ପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଏବଂ ଶିକ୍ଷା ପରିଦର୍ଶନ କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମଟି କୁ ପରିମଳ ବିଭାଗର ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସଭା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥିଭାବେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଓ ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭଆରମ୍ଭ କରିଥିଲେ l

ଏହି କାର୍ଯ୍ୟକ୍ରମ ପୌରସଂସ୍ଥା ସମୂହର ନିର୍ବାଚିତ ପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଏବଂ ଶିକ୍ଷା ପରିଦର୍ଶନର ମୁଖ୍ୟ ଉଦେଶ୍ୟ ହେଲା ସହରାଞ୍ଚଳ ସମୂହରେ ପରିମଳ ବ୍ୟବସ୍ଥାର ସ୍ଥିତି ସୁଧାରିବା, ପରିବେଶ ଏବଂ ଜନଶ୍ୱାସ୍ଥ୍ୟ ଉପରେ ପରିମଳ ବ୍ୟବସ୍ଥା ଏବଂ ବର୍ଜ୍ୟବସ୍ତୁ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଗୁରୁତ୍ୱ ଏବଂ ଓଡିଶାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଶୌଚାଳୟ ବର୍ଜ୍ୟବସ୍ତୁ (ମଳ) ପରିଚାଳନା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଗରିମା ଯୋଜନା, ଅଣୁ ଯୌବିକ ଖତ କେନ୍ଦ୍ର ଓ ଏମ୍,ସି,ସି ସାମଗ୍ରୀ ପୁନରୁଦ୍ଧାର ସୁବିଧା ଏମ୍,ଆର,ଏଫ ଏବଂ ଉପଚାର କେନ୍ଦ୍ର ଶିକ୍ଷା ଶିବିରରେ ନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ଏବଂ ଦାୟିତ୍ୱ ନିସ୍ତାର ପାଇଁ ପୌରସଂସ୍ଥାରେ କାର୍ଯ୍ୟକ୍ରମ ସମାପନ ସମାରୋହ ମତାମତ ଗ୍ରହଣ ଏବଂ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା l ଏହି ପ୍ରଶିକ୍ଷଣ ଶିବିରରେ ନିର୍ବାଚିତ କାଉନସିଲର ଅଶୋକ କୁମାର ମହାଙ୍କୁଡ, ଅରୁଣ କୁମାର ମହାଙ୍କୁଡ, ଭାସ୍କର ବେହେରା, ଗିରିଜା ବେହେରା, ସୁଦଷ୍ଣା ବେହେରା, ଲିଙ୍ଗରାଜ ବେହେରା, ଭବାନୀ ଶଙ୍କର ନାହାକ, କେ ପ୍ରମୋଦ ଅଚାରୀ, ପ୍ରତିନିଧି ଲୋକନାଥ ବେହେରା, ପ୍ରମୁଖ ଯୋଗଦେଇ ପୌରସଂସ୍ଥା ଠାରୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଶୌଚାଳୟ ବର୍ଜ୍ୟବସ୍ତୁ (ମଳ) ପରିଚାଳନା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଗରିମା ଯୋଜନା, ଅଣୁ ଯୌବିକ ଖତ କେନ୍ଦ୍ର ଓ ଏମ୍,ସି,ସି ସାମଗ୍ରୀ ପୁନରୁଦ୍ଧାର ସୁବିଧା ଏମ୍,ଆର,ଏଫ ଏବଂ ଉପଚାର କେନ୍ଦ୍ର ଶିକ୍ଷାକେନ୍ଦ୍ରକୁ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ପରିଦର୍ଶନ କରିଥିଲେ l

ଏହିଁ କାର୍ଯ୍ୟକ୍ରମରେ ଏନଏସି ସ୍ୱଚ୍ଛ ସାଥି, ପରିମଳ ବିଭାଗର ସୁପରଭାଇଜର, ଓ ସଫେଇ କର୍ମଚାରୀ ମାନେ ସହଯୋଗ କରିଥିଲେ l
ରିପୋର୍ଟ ପ୍ରସନ୍ନ କୁମାର ଦାସ
