ସାନଖେମୁଣ୍ଡି ୨୩/୮( ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେ ବିଜେପି ସରକାର ମିଛ ପ୍ରତିଶ୍ରୁତି ଦେଇ ହିତାଧିକାରୀ ଙ୍କୁ ପ୍ରତାରଣା କରୁଛି । ନିର୍ବାଚନ ପାର ହେବା ପାଇଁ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ଗଠନ କରିଛି। ନିର୍ବାଚନ ପୂର୍ବରୁ ସରକାର ଗଠନ କଲେ ସମସ୍ତ ହିତାଧାରୀଙ୍କ ଭତ୍ତାକୁ ବଢାଇବା ୩୦୦୦ ହଜାର ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରି ନାହିଁ ତାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏହାର ପ୍ରତିକାରାତ୍ମକ ପ୍ରତିବାଦ ,କରି ହିତାଧିକାରୀ ଙ୍କୁ ସତେତାନତା କରିବା ପାଇଁ ସାନଖେମୁଣ୍ଡି ବିଜେଡ଼ି ପକ୍ଷରୁ ଆଜି ବିଧାୟିକା ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ସଂଯୋଜନା ହାଟପଦା ତେଲେଙ୍ଗା ସମାଜ କୋଠ ଘରେ ବିଜେଡ଼ି ଦଳ ର ନେତା କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତା କୁ ଆସିଲା ହିତାଧିକାରୀ ଙ୍କୁ ପ୍ରତାରଣା କରିଛି ଏହାର ପ୍ରଟିକାରାତ୍ମକ ପ୍ରତିବାଦ ଆସନ୍ତା ୨୬ ତାରିଖ ରେ ଜୁନ ସ୍ତରୀୟ ସାନଖେମୁଣ୍ଡି ବ୍ଲକ ଅଳରେ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରିବା ସହ ସତେତନତ କରିବା ପାଇଁ ସ୍ଥିର କରାଯାଇଛି। ଏହି ବୈଠକ ରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ବିଜେଡ଼ି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ବାଇଁ,,ବ୍ଲକ ବିଜେଡ଼ି ସଭାପତି ଦନାର୍ଦନ ପୋଲାଇ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ସଞ୍ଜୟ କୁମାର ନାୟକ ଗଙ୍ଗାଧର ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପ୍ରଧାନ,ଶଙ୍କର୍ଷଣ ସ୍ବାଇଁ ,ସରପଞ୍ଚ ସମିତି ସଭ୍ୟ ବହୁ କର୍ମୀ ମାନେ ଯୋଗ ଦେଇଥିଲେ
