You are currently viewing ଅତିରିକ୍ତ ଚାଉଳ ବନ୍ଦ କରିବା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି କର୍ମୀଙ୍କ ପ୍ରତିବାଦ ଶୋଭାଯାତ୍ରା
ଅତିରିକ୍ତ ଚାଉଳ ବନ୍ଦ କରିବା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି କର୍ମୀଙ୍କ ପ୍ରତିବାଦ ଶୋଭାଯାତ୍ରା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଓ ନଗର ବିଜେଡି ପକ୍ଷରୁ ରାଜ୍ୟରେ ରାସନ୍ କାର୍ଡ ଗରିବ ହିତାଧିକାରୀଙ୍କ ଅତିରିକ୍ତ ୫ କେଜି ଚାଉଳ ବନ୍ଦ କରିବା ଦାବିରେ ଗୁରୁବାର ଦିନ ଦଳୀୟ କର୍ମୀ ମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ପ୍ରତିବାଦ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବା ଜଣାପଡିଛି । ଖବରନୁଯାୟୀ , ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟରେ ବହୁ ଗରିବ ହିତାଧିକାରୀମାନେ ରାସନ୍ କାର୍ଡ ମାଧ୍ୟମରେ ବିନା ମୂଲ୍ୟରେ ୫ କେଜି ଚାଉଳ ପାଉଥିଲେ। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଉକ୍ତ ଚାଉଳ ବଣ୍ଟନ ବନ୍ଦ କରି ଦେଇଛନ୍ତି। ଯାହାଫଳରେ ରାଜ୍ୟର ୩.୨୫ କୋଟି ହିତାଧିକାରୀ ଏଥିରୁ ବଞ୍ଚିତ ହେବାସହ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଅପରପକ୍ଷରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ହିତାଧିକାରୀ ଓ ଚାଷୀଙ୍କ ବିକାଶ ନିମନ୍ତେ ବହୁ ଯୋଜନା ପ୍ରଣୟନ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ମାରଣା ନୀତିକୁ ରାଜ୍ୟ ବ୍ୟାପୀ ବିରୋଧ କରିବା ସହ ଦୃଢ଼ ନିନ୍ଦା କରିଥିବା ଜଣାପଡିଛି।

ଯାହାକୁ ନେଇ ଆଜି ଦିଗପହଣ୍ଡି ବିଜୁ ଜନତା ଦଳ ପକ୍ଷରୁ ହଜାର ହଜାର ମହିଳା ଓ ପୁରୁଷ କର୍ମୀ ସମେତ ଚାଷୀମାନେ ଏକତ୍ରିତ ହୋଇ ସ୍ଥାନୀୟ ଘୋଡାହଡ ପାଣି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ଳାକାର୍ଡ ଧରି ପ୍ରଧାନମନ୍ତ୍ରୀ ଉପରେ ବର୍ଷୀବା ସହ ପାଞ୍ଚ କେଜି ଅତିରିକ୍ତ ଚାଉଳ କାହିଁକି କାଟିଲେ କେନ୍ଦ୍ର ବିଜେପି ସରକାର ଜବାବ ଦିଅ ବୋଲି ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଆୟୋଜିତ ସଭାକାର୍ଯ୍ଯରେ ଦଳ ପକ୍ଷରୁ ଧାରଣା ଦେବାସହ କେନ୍ଦ୍ର ସରକାର ଗରିବଙ୍କ ଉପରେ ହୋଇଥିବା ଅନ୍ୟାୟ ବନ୍ଦ କରାଯାଉ ବୋଲି ଦାବୀ କରିଥିଲେ । ଯାହାକୁ ନେଇ କର୍ମୀମାନେ ସ୍ଥାନୀୟ ବିଡ଼ିଓ ହଳଧର ଶବର ଓ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିବାଦ ଶୋଭାଯାତ୍ରାରେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଉପାଧ୍ୟକ୍ଷ ସୁକାନ୍ତି ପ୍ରଧାନ, ବ୍ଳକ ବିଜେଡି ଉପସଭାପତି ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ବିଜେଡି ଜିଲ୍ଲା ସଂପାଦକ ବି . କ୍ରିଷ୍ଣା ରାଓ ସୁବୁଦ୍ଧି , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଏମ୍ . ନୀରଞ୍ଜନ ରେଡ୍ଡୀ , ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପୂର୍ବତନ ନଗରପାଳ ତଥା ବିଧାୟକ ପ୍ରତିନିଧି ଭି . ରବିନାରାୟଣ ରାଜୁ , ପୂର୍ବତନ ନଗରପାଳ ହୃଦରଞ୍ଜନ ମେକାପ , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ, ବ୍ଳକ ବିଜେଡି ସାଧାରଣ ସଂପାଦକ ପ୍ରଶାନ୍ତ ପ୍ରଧାନ, ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡ , ଜିଲ୍ଲା ଯୁବ ବିଜେଡି ଉପସଭାପତି ଚିତ୍ରସେନ ଗୈାଡ, ଅଧ୍ଯକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ବ୍ଳକ ବିଜେଡି ଯୁବ ସଭାପତି ରଞ୍ଜନ କୁମାର ସାହୁ , ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକ, ବ୍ଳକ ବିଜେଡି ମହିଳା ସଭାପତି ଉମା ମହେଶ୍ୱରୀ ସେଠୀ , ନଗର ବିଜେଡି ମହିଳା ସଭାପତି ଅନୀତା ବେହେରା , ସଂପାଦକ ସରସ୍ଵତୀ ଗୈାଡ , କେ . ସଞ୍ଜୀବ ରେଡ୍ଡୀ , ସରପଞ୍ଚ ବିଜୟ କୁମାର ପ୍ରଧାନ , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ଶିଶିର ପ୍ରଧାନ , ନାଏବ ସରପଞ୍ଚ ପ୍ରକାଶ ବେହେରା , ସମବାୟ ସଭାପତି ରାମେଶ୍ବର ପାଣିଗ୍ରାହୀ , ପ୍ରହଲ୍ଲାଦ ଭୂୟାଁ ସମେତ ସମେତ କାଉନସିଲର କରିସ୍ମା ନାୟକ, ନୀଳମାଧବ ଗୈାଡ ସମେତ ସମସ୍ତ ସରପଞ୍ଚ , ସମିତି ସଭ୍ୟ , କାଉନସିଲର ଓ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ।

କିରଣ କୁମାର ବେହେରା , ରିପୋର୍ଟର ( ଦିଗପହଣ୍ଡି)