You are currently viewing ବ୍ରହ୍ମପୁର ରେଳ ଷ୍ଟେସନ କୁ ବିଶ୍ଵସ୍ତରୀୟ ଷ୍ଟେସନ ରୂପେ ରୂପାନ୍ତରିତ ସହ ଏଠାରେ ରେଳ ଟର୍ମିନାଲ ଓ କୋଚ ୱାସିଙ୍ଗ କମ୍ପ୍ଲେକ୍ସ ନିର୍ମାଣ ଦାବିରେ ଗଣ ଧାରଣା ।
ବ୍ରହ୍ମପୁର ରେଳ ଷ୍ଟେସନ କୁ ବିଶ୍ଵସ୍ତରୀୟ ଷ୍ଟେସନ ରୂପେ ରୂପାନ୍ତରିତ ସହ ଏଠାରେ ରେଳ ଟର୍ମିନାଲ ଓ କୋଚ ୱାସିଙ୍ଗ କମ୍ପ୍ଲେକ୍ସ ନିର୍ମାଣ ଦାବିରେ ଗଣ ଧାରଣା ।

ବ୍ରହ୍ମପୁର , ୨୪/୧୧ -:- ବ୍ରହ୍ମପୁର ରେଳ ଷ୍ଟେସନ କୁ ବିଶ୍ଵସ୍ତରୀୟ ଷ୍ଟେସନ ରୂପେ ରୂପାନ୍ତରିତ ସହ ଏଠାରେ ରେଳ ଟର୍ମିନାଲ ଓ କୋଚ ୱାସିଙ୍ଗ କମ୍ପ୍ଲେକ୍ସ ନିର୍ମାଣ ଦାବିରେ ସମାଜସେବୀ ବିନୋଦ ସାବତଙ୍କ ନେତୃତ୍ୱ ଓ ଓଡିଶା ଡେଭେଲପମେଣ୍ଟ ଫୋରମ ମିଳିତ ଉଦ୍ୟମରେ ଷ୍ଟେସନ ପରିସରରେ ଗଣଧାରଣା ଦିଆଯାଇଥିଲା | ମୁଖ୍ୟତଃ ଟର୍ମିନାଲ ନିର୍ମାଣ , ପ୍ରସ୍ତାବିତ ଶୀତଳପଲ୍ଲୀ ରେଳ ୱାଗନ କାରଖାନା ନିର୍ମାଣ, ବ୍ରହ୍ମପୁର ତଥା ଦକ୍ଷିଣ ଓଡିଶା ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ , ରେଳ ବଜେଟ ରେ ବ୍ରହ୍ମପୁର ପାଇଁ ଅଧିକ ଅନୁଦାନ ଦାବି ନେଇ ସକାଳ ୮ ରୁ ଦିନ ୧୧ ପର୍ଯ୍ୟନ୍ତ ୩ ଘଣ୍ଟିଆ ଆନ୍ଦୋଳନ ଡାକରା ଦିଆଯାଇଥିଲା | ତେବେ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଦାବି ପୁରଣ ନେଇ ରେଲୱେ ବୋର୍ଡ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ରେଳ ରୋକ ଆନ୍ଦୋଳନ କରାଯିବା ନେଇ ଜେନେରାଲ ମ୍ୟାନେଜେର ଇଷ୍ଟ କୋଷ୍ଟ ରେଲୱେ ଙ୍କୁ ଆନ୍ଦୋଳନ ମାଧ୍ୟମରେ ଚେତାବନୀ ଦିଆଗଲା |

ଏଥିରେ ସୋମେଶ୍ୱର ରାଓ , ଵାଳ କୃଷ୍ଣ ସାମନ୍ତରାୟ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ସନ୍ତୋଷ କୁମାର ସାହୁ, ରାମେଶ୍ୱର ଶତପଥି , ମାନସ ରଞ୍ଜନ ପାତ୍ର ,ରାହୁଲ କୁମାର ସେଠି , ରାଜେନ୍ଦ୍ର କୁମାର ପଣ୍ଡା , ପ୍ରଣବ କୁମାର ପଣ୍ଡା, ପ୍ରିତେସ କୁମାର ପାଣିଗ୍ରାହୀ, ତ୍ରିଲୋଚନ ସାହୁ, ସୁବ୍ରତ କୁମାର ରଥ, ରାମେଶ୍ୱର ଶତପଥି, କୃଷ୍ଣ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ସାହୁ , ଶ୍ୟାମ ସୁନ୍ଦର ମହାପାତ୍ର, ଅମନ ପାତ୍ର, ଅସିତ କୁମାର ଶତପଥି, କ୍ରୀଷ୍ଣା ପ୍ରସାଦ ଦାସ, ଦୀନେଶ ରାଜ, କିଷାନ କୁମାର ସାହୁ, ଜୀବନ ଜ୍ୟୋତି ସାମନ୍ତସିଂହାର ପ୍ରମୁଖ ଆନ୍ଦୋଳନରେ ଯୋଗ ଦେବା ସହ କେନ୍ଦ୍ର ସରକାରଙ୍କ ବ୍ରହ୍ମପୁର ପ୍ରତି ଅଣଦେଖା ବିରୁଦ୍ଧରେ ବୃହତ ଜନ ଆନ୍ଦୋଳନ କରାଯିବା ନେଇ ସମସ୍ତଙ୍କ ମହଲରେ ଦୃଢୋକ୍ତି ପ୍ରକାଶ ପାଇଥିଲା |