You are currently viewing ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନୂତନ ଦାୟିତ୍ୱ ଗ୍ରହଣ କଲେ ସଚ୍ଚିଦାନନ୍ଦ ନାୟକ
ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନୂତନ ଦାୟିତ୍ୱ ଗ୍ରହଣ କଲେ ସଚ୍ଚିଦାନନ୍ଦ ନାୟକ

ଛତ୍ରପୁର ତା ୨୮/୪/୨୬(ଅରୁଣ କୁମାର ପଣ୍ଡା )୨୦୦୦ ମସିହା ବେଚ୍ ର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ଏପ୍ରିଲ ୨୩ ତାରିଖ ଚିଠି ନମ୍ବର ୧୨୭୦୨/ଏସସିଏସ ପ୍ରକାରେ ଶ୍ରୀ ନାୟକ ଆଜି ଦାୟିତ୍ଵ ଗ୍ରହଣ କରିଥିବା ବେଳେ ପୂର୍ବରୁ ଏଠାରେ ଅତିରିକ୍ତ ଜିଲ୍ଲାପାଳ ଥିବା ପ୍ରମୋଦ କୁମାର ପୃଷ୍ଟି ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ପୂର୍ବରୁ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରି ଆସିଛନ୍ତି‌ । ଆଗକୁ ପଞ୍ଚାୟତ ଓ ପୈାର ନିର୍ବାଚନ ରହିଛି ଶାନ୍ତି ଶୃଙ୍ଖଳା ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତଙ୍କୁ ନେଇ ମିଳିମିଶି କାମ କରିବା ପାଇଁ ଶ୍ରୀ ନାୟକ କହିଥିଲେ। ଏହା ସହ ଅତିରିକ୍ତ ଉପ ଜିଲ୍ଲାପାଳ ଛତ୍ରପୁର, ଛତ୍ରପୁର ବିଡ଼ିଓ, ଏମକେସିଜି ବ୍ରହ୍ମପୁର ପ୍ରଶାସନିକ ଅଧିକାରୀ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ଦାୟିତ୍ଵ ତୁଲାଇ ଗଞ୍ଜାମ ଜିଲ୍ଲା ଓ ଛତ୍ରପୁର ଅଞ୍ଚଳର ବିକାଶ ପାଇଁ ତାଙ୍କର ଉଦ୍ୟମ ଅତୁଳନୀୟ। ଏହି ଅବସରରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ବେଳେ ପ୍ରେସ କ୍ଲବ ସଭାପତି ସରୋଜ ସାମଲ, ସାଧାରଣ ସମ୍ପାଦକ ଅଜିତ ସ୍ୱାଇଁ, କୋଷାଧ୍ୟକ୍ଷ କ୍ଷିରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ସୁଧିର କୁମାର ନାହାକ, ଦେବବ୍ରତ ପଣ୍ଡା, ସୂର୍ଯ୍ୟସୁ ପ୍ରକାଶ ଧଳ ଓ କେ ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।