ସୋରଡ଼ା ୦୯/୦୧/୨୦୨୬ (ଲିଟୁ କୁମାର ବିଷୋୟୀ)
ଗଞ୍ଜାମ ସୋରଡ଼ା ବ୍ଳକ ର ସୋରଡ଼ା ଜଳଭଣ୍ଡାର ନିକଟ ପିକନିକ ସ୍ପଟ ଠାରେ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଛାଡି ବିଜେପିରେ ମିଶିଲେ ସୋରଡ଼ା ବ୍ଳକ ଅଧିନସ୍ଥ ପଞ୍ଚାୟତ ଗୁଡିକ ର ସରପଞ୍ଚ,ସମିତି ସଭ୍ୟ, ଓ ୱାର୍ଡ ମେମ୍ବରଙ୍କ ସମେତ ଶହ ଶହ ବିଜେଡି କର୍ମୀ।ସୋରଡା ବିଧାୟକ ନିଳମଣି ବିଶୋୟୀଙ୍କ ନେତୃତ୍ୱରେ ବିଜେଡି ନେତା

ଓ କର୍ମୀ ବିଜେଡ଼ି ଛାଡି ଭାରତିୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ,ବିକାଶ ଧାରରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଆଜି ଶହ ଶହ ବିଜେପି କର୍ମି ପିକନିକସ୍ପଟ ଠାରେ ଆୟୋଜିତ ମହା ମିଶ୍ରଣ ପର୍ବ ରେ ରେ ଯୋଗଦେଇଥିଲେ।

ଆଜିର ମିଶ୍ରଣ ପର୍ବ ରେ ସୋରଡ଼ା ବ୍ଳକ ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ସମେତ ଦୁଇ ଜିଲ୍ଲା ପରିଷଦ ସଦସ୍ୟ ସମରେନ୍ଦ୍ର କୁମାର ସାହୁ, ରାମ ଶବର, ବଡ଼ଗଡ଼ ସରପଞ୍ଚ ଲକ୍ଷ୍ମୀ ସବର,ଗୋଛା ପଞ୍ଚାୟତ ର ସରପଞ୍ଚ ତ୍ରିଲୋଚନ ସାହୁ, ସମିତି ସଭ୍ୟ ପୁର୍ଣିମା ଦଳ ବେହେରା, ଅସୁରବନ୍ଧ ସରପଞ୍ଚ ଇନୋସ ଶବର,ସମିତି ସଭ୍ୟ ସୁଷମା ମଳିକ, ବଡଗୋଛା ସରପଞ୍ଚ ରାଜେନ୍ଦ୍ର ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଳିକ, ଗୌଡ଼ଗୋଠ

ସରପଞ୍ଚ ସସ୍ମିତା ମଳିକ, ସମିତି ସଭ୍ୟ ଚୁମୁକି ମଳିକ, ଏକଳପୁର ସରପଞ୍ଚ ଶୈଜ୍ଞାନି ଶବର, ପାଲକାଟୁ ସରପଞ୍ଚ ବାବୁରାମ ମଳିକ, ଭଗବାନ ପୁର ସରପଞ୍ଚ ସୁମତି ପ୍ରଧାନ, ଲାଠିପଡ଼ା ସରପଞ୍ଚ ସୁବାସିନୀ ମଣ୍ଡଳ, ସମିତି ସଭ୍ୟ ସତ୍ୟ ମଳିକ,ନୁଆଁ ଗଡ଼ ସରପଞ୍ଚ ନମିତା ମଳିକ,ଲାଠିପଡ଼ା ସରପଞ୍ଚ ସୁବାସିନୀ ମଣ୍ଡଳ, ସମିତି ସଭ୍ୟ ସତ୍ୟ ମଳିକ, ଗାଜଲବାଡ଼ି ସମିତି ସଭ୍ୟ ମଞ୍ଜୁଳା ନାୟକ, ବୋରଦା ପଂଚାୟତ ସମିତି ସଭ୍ୟ ଚୁମୁକି ଗୌଡ଼, ହୁକୁମା ସମିତି ସଭ୍ୟ ଜଲୀ ବେହେରା ଓ ଛଅ ଟି ପଞ୍ଚାୟତ ର ନାୟବ ସରପଞ୍ଚ ଓ ବହୁ ୱାର୍ଡ ସଭ୍ୟ ସହ ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ ବିଜେଡି ଛାଡି ବିଜେପି ରେ ଯୋଗଦେଇଛନ୍ତି

ବିଜେପିର ହାତ ମୁଠାକୁ ଟାଣ କରିବା ସହ ଶକ୍ତିଶାଳୀ ବୁଥ ଗଠନ ହେଲେ ଶକ୍ତିଶାଳୀ ପଞ୍ଚାୟତ ଗଠନ ହେବା ସହ ଶକ୍ତିଶାଳୀ ଭାରତ ଗଠନ ହୋଇପାରିବ ଏହି ଉଦ୍ଦେଶ୍ୟ ରଖି ମିଶ୍ରଣ ପର୍ବ ର ଆୟୋଜନ କରିଥିବା କହିଛନ୍ତି ବିଧାୟକ ନିଳମଣି ବିଷୋୟୀ।

