You are currently viewing ରାଗିଂ ଘଟଣାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ରାଗିଂ ଘଟଣାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ରାଗିଂ ଗାଇଡ଼ଲାଇନ କଡାକଡି ପାଳନ କରିବାକୁ ଦାବି କଲା କଂଗ୍ରେସ

ବ୍ରହ୍ମପୁର,(ଅମିତ୍ କୁମାର ସାହୁ) ୨୦/୧୧/୨୨/: ରାଗିଂ ଘଟଣାକୁ ନେଇ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଛାତ୍ର ସଭାପତି ବିକାଶ ପଶୁପାଳକଙ୍କ ଆହ୍ବାନ କ୍ରମେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୁବ ସଭାପତି ସନାତନ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମହାନ୍ତି, ନଗର ଛାତ୍ର କଂଗ୍ରେସ ସଭାପତି ଅନମୋଲ ଭୂୟାଁ, ଛାତ୍ର ନେତା ଶ୍ରୀକାନ୍ତ ପାଣିଗ୍ରାହି ପ୍ରମୁଖ ମଞ୍ଚାସିନ ଥିଲେ । ଗତ ଏକ ସପ୍ତାହ ମଧ୍ୟରେ ବ୍ରହ୍ମପୁର ସହରର ଦୁଇଟି କଲେଜରେ ଛାତ୍ରୀଙ୍କୁ ରାଗିଂ କରାଯାଇଛି ।

ଯାହାକୁ
କଂଗ୍ରେସ ତୀବ୍ର ନିନ୍ଦା କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା
ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଯୁବ ଓ ଛାତ୍ର କଂଗ୍ରେସ । ଛାତ୍ର ଓ ଅଭିଭାବକଙ୍କ ଠାରୁ ସି-୧ ଓ ସି-୨ ଫର୍ମରେ ଅଣ୍ଡର ଟେକିଂ ରଖିବା, ଆଣ୍ଟି ରାଗିଂ ସ୍ଵାର୍ଡକୁ ସୁଦୃଢ କରିବା, ଯୌନ ଶୋଷଣ ସେଲକୁ ସକ୍ରୀୟ କରିବା, ଶୃଙ୍ଖଳାଗତ କମିଟି ଗଠନ କରିବା, ସମ୍ବେଦନଶୀଳ ସ୍ଥାନ ରେ ସିସିଟିଭି ଲଗାଇବା, ରାଗିଂ ଘଟଣାକୁ ନେଇ ତୁରନ୍ତ ପୁଲିସକୁ ଜଣାଇବା ,ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବହିଷ୍କାର ଭଳି ରାଗିଂର ସମସ୍ତ ଗାଇଡ଼ଲାଇନ କଡାକଡି ଭାବେ ପାଳନ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦାବି କରିଛି ।ତାହା ସହ ଆସନ୍ତା ସାତ ଦିନ ମଧ୍ୟରେ ବିଜୁ ଛାତ୍ର ଜନତା ଦଳ ସଭାପତି ମୁଁହ ଖୋଲିବାକୁ ଏଠାରେ ଦାବି କରିଥିଲେ ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭଙ୍କର ମାଲି, ଚିନ୍ମୟ ଆର୍ଚାଯ୍ୟ, ରାଜା ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।