You are currently viewing ପୁରୁଷୋତ୍ତମପୁର ବ୍ଳକ ବିଜେଡି ସଭାପତି ହେଲେ ଚିତ୍ତ ରଞ୍ଜନ ପାଣିଗ୍ରାହୀ |
ପୁରୁଷୋତ୍ତମପୁର ବ୍ଳକ ବିଜେଡି ସଭାପତି ହେଲେ ଚିତ୍ତ ରଞ୍ଜନ ପାଣିଗ୍ରାହୀ |

ପୁରୁଷୋତ୍ତମପୁର ବ୍ଳକ ର ବିଜେଡି ବ୍ଳକ ସଭାପତି ହେଲେ ଜାମୁନି ଗ୍ରାମର ଲେଟ ମଙ୍ଗୁଳୁ ଚରଣ ପାଣିଗ୍ରାହୀ ଙ୍କ ପୁତ୍ର ଚିତ୍ତ ରଞ୍ଜନ ପାଣିଗ୍ରାହୀ | ତାଙ୍କୁ ଆଜି ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ସୁପାରିଶ କ୍ରମେ ତାଙ୍କୁ ଆଜି ମନୋନୀତ କରିଛନ୍ତି | ଏହାପୂର୍ବରୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଏହାଙ୍କ ନାମକୁ ଜିଲ୍ଲା ସଭାପତି ଙ୍କ ପାଖକୁ ପଠାଇ ଥିଲେ | ତେବେ ଚିତ୍ତ ରଞ୍ଜନ ପାଣିଗ୍ରାହୀ ବିଜୁ ବାବୁ ଓ ଖଲ୍ଲିକୋଟ ରାଣୀ ମା ଙ୍କ ନିତି ଆଦର୍ଶ କୁ ମାନୁଥିଲେ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଛନ୍ତି | ଚିତ୍ତ ରଞ୍ଜନ ଏହି ପଦବୀରେ ମନୋନୀତ ହେଲାପରେ ସର୍ବ ପ୍ରଥମେ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ,5ଟି ସଚିବ, ଖଲ୍ଲିକୋଟ ରାଣୀମା, ଜିଲ୍ଲା ସଭାପତି, ଖଲ୍ଲିକୋଟ ବିଧାୟିକା, କବିସୂର୍ୟ୍ଯ ନଗର ବିଧାୟିକା, ଦୈତାରୀ ବେହେରା, ଶୁଭାଂଶୁ ଶେଖର ସାବତ,ଙ୍କ ସହିତ ଅନ୍ୟାନ୍ୟ ବିଜୁ ପ୍ରେମୀ ମାନଙ୍କୁ କୃତଜ୍ଞତା ଜଣାଇ ଛନ୍ତି | ପୁରୁଷୋତ୍ତମପୁର ବ୍ଳକ ତରଫରୁ ଚିତ୍ତ ରଞ୍ଜନ ଙ୍କୁ ବ୍ଳକ ସଭାପତି ଦାୟିତ୍ୱ ମିଳିବା ପରେ ସମସ୍ତ ବିଜୁପ୍ରେମୀ, ବ୍ଳକ ର 26 ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ମାନେ ଅଭିନନ୍ଦନ ଜଣାଇ ଛନ୍ତି | ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ