କୋଦଳା
ଆଜି ପ୍ରଧାନମନ୍ତ୍ରୀଙ୍କ ୯୫ ତମ ମନ କି ବାତ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଶୁଣିଲେ ବହୁ ବିଜେପି ନେତା । ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଝାଡେଶ୍ବର ଠାରେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏଥିରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା, ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ, ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ ପଣ୍ଡା, ସଂପାଦକ ଜଜ୍ଞ ନାରାୟଣ ଦାସ, କାର୍ଯ୍ୟକାରୀଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, କାର୍ଯ୍ଯ କାରିଣୀ ସଦସ୍ୟା ଭାରତୀ ବେହେରା, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀଙ୍କ ସମେତ ବହୁ ନେତା ଓ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ ।

୯୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଥମରୁ ଜି ୨୦ ସମ୍ମିଳନୀ କଥା କହିଛନ୍ତି ମୋଦୀ । ଭାରତ ଜି୨୦ ସମ୍ମିଳନୀର ସଭାପତିତ୍ବ କରିବାକୁ ନେଇ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଏହାସହ ଖୁବଶୀଘ୍ର ମନ କି ବାତ କାର୍ଯ୍ୟକ୍ରମ ୧୦୦ ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।
ଜି ୨୦ ରେ ସଭାପତି ଆମ ପାଇଁ ଏକ ଗର୍ବର ବିଷୟ ଅଟେ । ଆମକୁ ବିଶ୍ବର ମଙ୍ଗଳ ଉପରେ ଧ୍ୟାନ ଦେବାକୁ ପଡିବ । ଶାନ୍ତି, ଏକତା ଏବଂ ନିରନ୍ତର ବିଶ୍ବାସ ରଖିବା ଉଚିତ୍ । ଯାହା ଫଳରେ ଆମ ସମସ୍ୟାର ସମାଧାନ ହୋଇପାରିବ । ଚଳିତ ଥରର ଥିମ ରହିଛି, ଆମେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।

