You are currently viewing ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ,କୋଦଳା ଥାନାରେ ବିଜେପିର ଏତଲା।
ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ,କୋଦଳା ଥାନାରେ ବିଜେପିର ଏତଲା।

କୋଦଳା (୧୫/୦୪/୨୦୨୩)
ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାକୁ ନେଇ ଆଜି ଅପରାହ୍ନ ୪ ଟାରେ କୋଦଳା ବିଜେପି ପକ୍ଷରୁ କୋଦଳା ଥାନାରେ ଏତଲା ଦିଆଯାଇଛି। ମନ୍ତ୍ରୀ ଜୈନିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା, ଭୁବନେଶ୍ୱର ମହିଳା ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିଥିବା ବେଳେ ରାଜ୍ୟ ରାଜନୀତି ହୁଲୁସ୍ତୁଲୁ ହୋଇଛି। ପୋଲିସ ତାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରି ତୁରନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି କୋଦଳା ବିଜେପି ନେତା ତଥା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।ତଦନ୍ତ କରି ମନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେପି ନେତା ମାନେ ଦାବି କରିଛନ୍ତି। ଅପରପକ୍ଷେ ତୁରନ୍ତ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ତାଙ୍କର ପଦବୀରୁ ଇସ୍ତଫା ଦେବା ପାଇଁ ମଧ୍ୟ ଦାବି ହୋଇଛି।ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ, ଖଲ୍ଲିକୋଟ ବିଜେପି ନେତା ଅନୀଲ ପଣ୍ଡା, ଯଜ୍ଞ ନାରାୟଣ ଦାଶ, ମଧୂସୁଦନ ଜେନାକଂ ସମେତ ବହୁ ବିଜେପି କର୍ମକର୍ତ୍ତା ମାନେ ଆଜି କୋଦଳା ଥାନାରେ ପହଞ୍ଚି ଏନେଇ ଏକ ଏତଲା ଦେଇଥିବା ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।