You are currently viewing ସମ୍ପତ୍ତି ହଡ଼ପକୁ ନେଇ ଥାନାକୁ ଦୌଡୁଛନ୍ତି ରାଜଶ୍ରୀ କିନ୍ନର, ନ୍ଯାୟ ନ ମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବାକୁ ଧମକ।
ସମ୍ପତ୍ତି ହଡ଼ପକୁ ନେଇ ଥାନାକୁ ଦୌଡୁଛନ୍ତି ରାଜଶ୍ରୀ କିନ୍ନର, ନ୍ଯାୟ ନ ମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବାକୁ ଧମକ।

କୋଦଳା (୧୦/୦୬/୨୦୨୩)
ଦୀର୍ଘ ୫ ବର୍ଷ ଧରି ବେଗୁନିଆପଡ଼ା ଥାନାକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଜଣେ କିନ୍ନର। କିନ୍ତୁ ବାହାରି ପାରୁନି ସମାଧାନର ବାଟ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ ପି ନୂଆଁ ଗାଁ ର ରାଜଶ୍ରୀ କିନ୍ନର ।ରାଜଶ୍ରୀ ନିଜ ମାମୁଁଙ୍କ ଦତ୍ତ ସନ୍ତାନ ହୋଇ ଯାଇଛନ୍ତି। ତେବେ ଗତ ୫ ବର୍ଷ ହେବ ମାମୁଁଙ୍କ ସମ୍ପତି କୁ ଜାଲିଆତି କରି କିଛି ଲୋକ ହଡ଼ପ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ରାଜଶ୍ରୀ। ଥାନା ଠୁ ଆରମ୍ଭ କରି ଓକିଲଙ୍କ ଦ୍ବାରା କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନି। ରାଜଶ୍ରୀକଂ ଚାଷଜମି ୩ ଏକର ଆମ୍ବ ତୋଟା, ପଦର ଏଭଳି ୧୪ ଏକର ଜମିକୁ ଚକ୍ରାନ୍ତ କରି ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି। କିନ୍ତୁ ଥାନାରେ ଅଭିଯୋଗ ପରେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଯୋଗୁଁ ଆଜି ବି ବେଗୁନିଆପଡ଼ା ଥାନାକୁ ଆସି ନିରାଶ ହୋଇ ଫେରିଛନ୍ତି ରାଜଶ୍ରୀ। ଜଣେ କିନ୍ନରଙ୍କୁ ପୋଲିସ ସହଯୋଗ କରୁ ନଥିବା ସେ ଅଭିଯୋଗ କରୁଥିବା ବେଳେ ଯଦି ତୁରନ୍ତ କୌଣସି ପଦକ୍ଷେପ ନିଆ ନ ଯିବ ତେବେ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ସେପଟେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ।ତେବେ କେବେ ରାଜଶ୍ରୀକୁଂ ମିଳିବ ନ୍ଯାୟ ତାହା ଦେଖିବାକୁ ବାକି ରହିଲା।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।