ବେଗୁନିଆପଡ଼ା
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷା ରେଣୁ ଗୌଡ଼ଙ୍କ ଭଣଜାଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ବେଗୁନିଆପଡା ପୋଲିସ ଦ୍ୱାରା ଗିରଫ ହେଲେ ଅନ୍ୟ ତିନି ଅଭିଯୁକ୍ତ | ଗତ ଜାନୁଆରୀ ମାସ କୋଡିଏ ତାରିଖ ସନ୍ଧ୍ୟା ସମୟରେ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ରାଗପୁର ଛକ ନିକଟରେ ଭାବିନିପୁର ଗ୍ରାମର ପଙ୍କଜ ଗୌଡ଼ ଙ୍କୁ କିଛି ବ୍ୟକ୍ତି ସଂଘବଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ । ପଙ୍କଜ ଏବଂ ତାଙ୍କ ଭାଇ ନିଜ ଗ୍ରାମ ଭାବିନିପୁର କୁ ଫେରୁଥିବା ବେଳେ ତାଙ୍କୁ ସଙ୍ଗବଦ୍ଧ ଭାବେ ଅତର୍କିତ ଆକ୍ରମଣ କରାଯାଇଥିଲା ।
ପରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ମାଧ୍ୟମରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉକ୍ତ ଘଟଣାରେ ପୂର୍ବରୁ ବେଗୁନିଆପଡା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ ତିନି ଜଣ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରିଛି | ଗିରଫ ଅଭିଯୁକ୍ତ ମାନେ ହେଲେ ଭାବିନିପୁର ଗ୍ରାମର ଭାଗ୍ୟ ଗୌଡ଼(38),
ପ୍ରକାଶ ଗୌଡ଼ ଓ କାଳୁ ଗୌଡ଼ | ତିନି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପୁର୍ଣ ଚନ୍ଦ୍ର ପ୍ରଧାନ | ପ୍ରକାଶ ଯୋଗ୍ୟ ଯେ ପଙ୍କଜ ହତ୍ୟା ଘଟଣାରେ ପତ୍ନୀ ଝିଲ୍ଲୀ ଙ୍କ ଏତଲାକୁ ଭିତ୍ତି କରି ବେଗୁନିଆପଡା ପୋଲିସ ୧୭/୨୦୨୩ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା | ବର୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ମୋଟ ସାତ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
