ଗଞ୍ଜାମ, ୧୭/୦୪(: କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମ ପଂଚାୟତ ନୂଆପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଗୃହ ମଧ୍ୟ୍ୟରୁ ରନ୍ଧା ମଦ ଜବତ କରିଛି ସଦର ଅବକାରୀ ବିଭାଗ। ଅବକାରୀ ଅଧିକାରୀ ଅର୍ଜୁନ ମାଲିକ ଙ୍କ ଠାରୁ ପ୍ରକାଶ ଯେ ୨୦୦ ଲିଟର ପୋଚ, ୫୮ ଲିଟର ରନ୍ଧା ମଦ ଏବଂ ଗୋଟିଏ ମଟର ସାଇକେଲ, ଜବତ କରିବା ସହ ୩ଜଣଙ୍କୁ ଗିରଫ P.R.No.- 7/25-26, 8/25-26 & 9/25-26. କୋଟ ଚାଲାଣ କରିଥିବା ସୂଚନା ମିଳିଛି lଗ୍ରାମ ବାସୀଙ୍କ କହିବାଅନୁଯାଇ ଅଙ୍ଗନୱାଡି ଦିଦି ଏବଂ ତାଙ୍କ ସ୍ୱାମୀ ମିଳିତରେ ରନ୍ଧା ମଦ କାରବାର କରିଆସୁଥିଲେ l ଅଙ୍ଗନୱାଡି କେନ୍ଦ୍ରକୁ ଢାଲ ବନେଇ ବହୁ ଦିନଧରି ବିଷାକ୍ତ ରନ୍ଧା ମଦ କାରବାର କରୁଥିଲେ ଅଙ୍ଗନୱାଡି ଦିଦିଙ୍କ ସ୍ୱାମୀ l ଏଥିରେ ଅଙ୍ଗନୱାଡି ଦିଦି ଜଣକ ସରକାରୀ କର୍ମଚାରୀ ହୋଇ କୁନି କୁନି ପିଲାଙ୍କ ଭବିଷ୍ୟତ କିପରି ଗଢୁଥିଲେ ତାହା ଜଳଜଳ କରି ଦେଖାଦେଉଛି l ଏଠି ପ୍ରଶ୍ନ ଉଠୁଛିଯେ ଅଙ୍ଗନୱାଡି ସୁପ୍ରଭାଇଜର କିପରି ଅଙ୍ଗନୱାଡି ମାନଙ୍କୁ ଯାଞ୍ଚ କରିଆସୁଥିଲେ l ଗ୍ରାମବାସୀ କହିବା ଅନୁଯାଇ ଅଙ୍ଗନୱାଡି ଏବଂ ଉପର ଅଫିସରଙ୍କ ମଧୁଚନ୍ଦ୍ରିକା ଏପରି କାର୍ଯ୍ୟ ଚାଲିଛି l
ଚିକିଟି ଅଞ୍ଚଳର ଜେନାପୁର ଓ କରବାଲୁଆ ରେ ବିଷାକ୍ତ ମଦ୍ୟପାନ ଜନିତ ୫ଜଣଙ୍କ ମୃତ୍ଯୁକୁ ନେଇ ଚାରିରିଆଡେ ଚହଳ ପଡିଥିଲା l ଏପରି କି ଏହି ମଦ ପିଇବା ଦ୍ୱାରା ବହୁ ଲୋକଙ୍କ କୀଡୀନି ଖରାପ ହେବାର ସମସ୍ୟା ଲାଗିରହିଛି l ବର୍ତମାନ ସୁଦ୍ଧା ଅନେକ ଆଦିବାସୀ ଗ୍ରାମରେ ଏପରି ରନ୍ଧା ମଦ କାରବାର ଚାଲିଛି l ଅବକାରୀ ବିଭାଗ ଏଥିପ୍ରତି ଦୂର ଦୃଷ୍ଟି ଦେଲେ ନିଶା କାରବାର କମିବ ବୋଲି ଗ୍ରାମବାସୀ ମତ ଦେଇଛନ୍ତି l
