ପୁରୁଷୋତ୍ତମପୁର 23/05/23 ଶାଗୁଣା ପଲି ଗ୍ରାମରେ ବିଦ୍ୟୁତ ଖୁଣ୍ଟରୁ ଲାଇଟ କାଟିବା ଭଳି ଘଟଣା ରେ ସେହି ଗ୍ରାମର ଯୁଧିଷ୍ଠିର ନାହକ ଲାଇଟ କାଟିବା ଭଳି ଘଟଣାରେ ଅନର୍ଭୁକ୍ତ ଭାବି ଗାଁରେ ଗତ ବର୍ଷ ଅକ୍ଟୋବର ମାସରେ ଯୁଧୁଷ୍ଟିର କୁ ଗାଁ ଲୋକେ 30 ହଜାର ଟଙ୍କା ଜୋରିମାନା ପକାଇ ଥିଲେ | ଯୁଧିଷ୍ଠିର ଏହାଉପରେ ପୁରୁଷୋତ୍ତମପୁର ଥାନାରେ ଏଫଆର ଦେଇଥିଲେ | ପୋଲିସ ଏହି ଘଟଣାକୁ ଗୁରୁତର ସହ ବିଚାର କରି ପୋଲିସ କେଶ ନଂ 106 /23ରେ ଏକ କେଶ ୠଜୁକରି ଥିଲେ | ଏବଂ ପୋଲିସ ଏହି ଘଟଣା ରେ ଗ୍ରାମବାସୀଙ୍କୁ ଏକ ମଉକା ଦେଇ ସମାଧାନ କରି ଗାଁରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରି ଉଭୟ ପକ୍ଷ ଙ୍କୁ ବସାଇ ଆପୋଷ ମାଧ୍ୟମରେ ସମାଧାନ କରି ଉଭୟ ପକ୍ଷ ମତଭେଦ ଭୁଲି ଗାଁରେ ରହିବେ ବୋଲି କାର୍ଯ୍ୟ କରିଥିଲେ | କିନ୍ତୁ ସେମାନଙ୍କ ମନରେ ଅର୍ଥ ପାଇଁ ଥିବା ଲାଳସା ପୁଣି ଜାଗ୍ରତ ହୋଇଥିଲା | ଏବଂ ଗାଁରେ ଚାଲିଥିବା ଏକ ଧାର୍ମିକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଇଥିବା ଯୁଧିଷ୍ଠିର ଙ୍କୁ ସେମାନେ ସେହି ସ୍ଥାନକୁ ତୁମେ ଆସିପାରିବ ନାହିଁ କହି ସେଠାରୁ ଘଉଡ଼ାଇ ଦେଇଥିଲେ | ଏହି ଘଟଣାରେ ଯୁଧିଷ୍ଠିର ଙ୍କ ବୋଉ ଓ ଭଉଣୀ ଘରେ ରହି ଗାଁ ଲୋକଙ୍କୁ ଗାଳି କରିଥିଲେ | ଏହିଘଟଣାରେ ଗାଁ ଲୋକେ ରାତ୍ର ରେ ତାଙ୍କ ଘରେ ପଶି ଯୁଧିଷ୍ଠିର ଙ୍କ ଘରେ ପଶି ତାଙ୍କ ବାପା ମା ଙ୍କୁ ଆକ୍ରମଣ କରିଥିଲେ | ଯାହା ଫଳରେ ସେମାନେ ଘରକବାଟ କିଳି ଦେଇଥିଲେ ହେଲେ ସେମାନେ ଘର କବାଟ ଭାଙ୍ଗି ବାକୁ ଯାଉଥିଲା ବେଳେ ଏମାନେ ଜୀବନ ବିକଳ ରେ ଘର ପଛ ପାହାଡ଼କୁ ସମସ୍ତେ ଯାଇ ସେଠାରୁ 108 ଆମ୍ବୁଲାନ୍ସ ଙ୍କୁ ଫୋନ କରିଥିଲେ ଏବଂ ଆମ୍ବୁ ଲାନ୍ସ ଆସିବାରୁ ସେମାନେ ପ୍ରଥମେ ଭାଟ କୁମରଡ଼ା ଓ ତାଙ୍କ ବାପାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ନିଆଯାଇ ଥିଲା | ତାର ପରଦିନ ଯୁଧିଷ୍ଠିର ଏଇମାସ 04/05/23– ତାରିଖରେ ଥାନାରେ ଏଫଆର ଦେଇଥିଲେ | ଏଫଆର ରେ ଇନ୍ଦ୍ରମଣୀ ନାହକ, ବାବୁ ନାହକ ଏବଂ ଅନ୍ୟ 9ଜଣ ଙ୍କ ନାମରେ ଅଭିଯୋଗ କରିଛନ୍ତି | ତେବେ ଆଜି ପୋଲିସ ନ୍ୟାୟ ସରପଞ୍ଚ ଇନ୍ଦ୍ରମଣୀ ନାହକ କୁଗିରଫ କରି ଆଣିଥିବାରୁ ତାର ପ୍ରତିବାଦ ରେ 200 ଲୋକ ଥାନା ପାଖକୁ ଆସୁ ଥିବାର ପୋଲିସ ସଜାଗ ହୋଇ ଥାନା ଆଗରେ ରହିଥିଲେ | ଏହି ଘଟଣା ଭାଟ କୁମରଡ଼ା ପଞ୍ଚାୟତ ର ସମିତି ସଭ୍ୟ କୋରନାଥ ସ୍ବାଇଁ ଓ ଯୁବନେତା ରାମକୃଷ୍ଣ ପଣ୍ଡା ଏକ ଶାନ୍ତି କମିଟି କରି ଗାଁରେ ପୁଣି ରାଜିନାମା କରିବା ପାଇଁ ଥାନା ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ମାଧ୍ୟ୍ୟରେ ବସି ଥିଲେ ତେବେ ବୈଠକ ଶେଷରେ ଇନ୍ଦ୍ରକୁ ଛାଡିଦେଲେ ସେମାନେ ଗାଁ ରେ ପୁଣି ମିଳା ମିଶା ହେବୁ କହିଲା ବେଳକୁ ଇନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିଲା | ଏହିଘଟଣା ରେ ସମାଧାନ ଆଶା ଅଧାରୁ ମଉଳି ଯିବା ସହ ଇନ୍ଦ୍ର ବେଲ ରେ ଆସିବା ପରେ ପୁଣି ବୈଠକ ହେଲେ କଣ ଜଣା ପଡିବ | ତେବେ ଶାଗୁଣା ପଲି ଗାଁରେ ପୁଣି କେବେ ଶାନ୍ତି ଫେରିଆସିବ ଓ ଗାଁରୁ ବିତାଡିତ ହୋଇ ଅନ୍ୟ ଗ୍ରାମରେ ରହିଥିବା ଯୁଧିଷ୍ଠିର ଓ ତାଙ୍କ ପରିବାର ପୁଣି କେବେ ଗାଁକୁ ଫେରିବେ ତାହା ଆଗାମୀ ଦିନରେ ସମୟ କହିବ |ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ
