ବ୍ରହ୍ମପୁର,୩୦/୧୦/୨୨ : ଦୁର୍ଦ୍ଧାନ୍ତ ଅପରାଧୀ ଦୁନିଆ ସାହୁ ହତ୍ୟା ଘଟଣାରେ ସଦର ଥାନା ପୁଲିସ ୫ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ୫ଜଣ ଅଭିଯୁକ୍ତ ହେଲେ ମୃତ ଦୁନିଆଙ୍କ ପଡ଼ୋଶୀ ଦୁର୍ଯ୍ୟୋଧନ ସ୍ୱାଇଁ ଓରଫ ପ୍ରଧାନ (୩୭),ଭିକୁ ଜେନା (୨୮),ଟିକରପଡ଼ାଗ୍ରାମର କୁରା ରାଉଳ(୨୪), ଆଙ୍କଶପୁରର ସୁରେଶ ବେହେରା(୩୫) ଗୋଷାଣୀନୁଆ ଗାଁ ଶାସ୍ତ୍ରୀ ନଗର ତୃତୀୟ ଲାଇନର ସାଗର ପଣ୍ଡା ବୋଲି ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କାତ୍ତି ଜବତ କରାଯାଇଥିବା ଥାନା ଅଧିକାରୀ ଅନିତା ସାହୁ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ଗତ ୨୭ତାରିଖରେ ସନ୍ଧ୍ୟାରେ ଦୁନିଆ ସାହୁ ତାଙ୍କ ମା କୁନି ସାହୁ ଓ ସାନ ଭାଇ ଆଲୋକ ସାହୁ ଘରେ ଥିଲେ । ବାପା ସୂର୍ଯ୍ୟ ସାହୁ ସେହି ସମୟରେ କୌଣସି କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ଦୁନିଆଙ୍କ ପଡ଼ୋଶୀ ଦୁର୍ଯ୍ୟୋଧନ ତାଙ୍କ ସହଯୋଗୀ କୋରା ,ସାଗର , ସୁରେଶ ଏବଂ ଅନ୍ୟମାନେ ତାଙ୍କ ଘରେ ପଶି ଦୁନିଆକୁ ଆକ୍ରମଣ କରିଥିଲେ । ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଆହତ କୁନି ତାଙ୍କର ଦୁଇ ପୁଅ ଦୁନିଆ ଓ ସାନ ପୁଅ ଆଲୋକକୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବାବେଳେ ଡାକ୍ତର ତାଙ୍କ ବଡ଼ ପୁଅ ଡୁନିଆ ସାହୁଙ୍କୁ ମୃତ ଘୋଷଣା କରିଥିଲେ।
