ଖଲ୍ଲିକୋଟ :17/12 ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିଭିନ୍ନ ଆଦିବାସୀ ଗ୍ରାମରେ ବହୁଳ ପ୍ରସାର ହେଉଥିବା ବେଆଇନ ମହୁଲି ମଦ କୁ ନିୟନ୍ତ୍ରଣ କୁ ଆଣିବା ପାଇଁ ପୋଲିସ ଗତ 13 ତାରିଖ ଦିନ ଆଦିବାସୀ ଅଧୁଷିତ ବାଦ ପଲ୍ଲୀ ପଂଚାୟତ ର ସାତ ଗୋଟି ଆଦିବାସୀ ଗ୍ରାମ ଉପରେ ଚଢ଼ାଉ କରି 85 ଦେଶୀ ଭାଟି କୁ ଭାଙ୍ଗିଲା ପରେ ଲକ୍ଷ୍ୟ ଲକ୍ଷ୍ୟ ମହୁଲି ମଦ ତଳେ ଢାଳି ନଷ୍ଟ କରିବା ସହ 20 ଜଣ କୁ ଗିରଫ କରିଥିଲେ ମଧ୍ୟ ବେଆଇନ ଦେଶୀ ମଦ ଉତ୍ପାଦନ ଓ ବିକ୍ରି କୁ ରୋକ ଲାଗୀଇବା ପୋଲିସ ବହୁତ ପାପଡ ବେଳିବାକୁ ପଡ଼ିଲାଣି |ପୋଲିସ ର କଡ୍ଡା ପହରା ସତ୍ୱେ ବେଆଇନ ମଦ ସ୍ଥିତି ଦିନକୁ ଦିନ ବେଲଗାମ ହେବାକୁ ବସିଲାଣି |ଫଳରେ ପୋଲିସ ର ମୁଣ୍ଡ ବ୍ୟଥା ବଢ଼ି ଯାଇଛି

|ଗତକାଲି ରାତି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହାରିଆ ପାଟି ଗ୍ରାମ ରୁ ଏକ ଟ୍ରାକ୍ଟର ଯୋଗେ ମହୁଲି ମଦ ପ୍ରସ୍ତୁତି ପାଇଁ 60 ବସ୍ତା ଗୁଡ଼ ଓ 4 ବସ୍ତା ମହୁଲ ବୋଝେଇଁ କରି ବି ନୂଆପଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଖଲ୍ଲିକୋଟ ପୋଲିସ କୌଣସି ସୂତ୍ର ରୁ ଖବର ପାଇଁ ଉକ୍ତ ଟ୍ରାକ୍ଟର ଉପରେ ମାଡି ବସିଥିଲା |ଟ୍ରାକ୍ଟର ଚାଳକ ଙ୍କ ସମେତ ମଦ ରନ୍ଧା ସାମଗ୍ରୀ କୁ ଜବତ କରିଥିଲା |

ସେହିପରି ମଙ୍ଗଳବାର ଦିନ ଏକ ଅଟୋ ଓଡି 07ଏଚ 6083 ସମେତ 400 ଲିଟର ବେଆଇନ ଦେଶୀ ମଦ କୁ ଜବତ କରି ଅଟୋ ଚାଳକ ରଞ୍ଜନ ଭାଙ୍ଗ ଓ ପ୍ରଦୀପ ସାହୁ କୁ ଗିରଫ କରି କୋର୍ଟ ପଠାଇଥିବା ବେଳେ 40 ଲିଟର ଦେଶୀ ମହୁଲି ମଦ ବିକୁ ଥିବା ଅଭିଯୋଗ ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କଦଳୀ ବସନ୍ତ ଗ୍ରାମର ପାଣ୍ଡଵ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି |
ରିପୋର୍ଟ ମାଧବ ବେହେରା
