ସାନଖେମୁଣ୍ଡି ( ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ଶନିବାର ସକାଳୁ ପୋଡାମାରୀ ଚ୍ଯାକ୍ ଗେଟ୍ ନିକଟରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ପାଖାପାଖି ୨୨ କେଜି ଗଞ୍ଜେଇ ଓ ଏକ ସ୍କୁଟି ଜବତ କରିଥିବା ଜଣାପଡ଼ିଛି । ଏଥିସହ ପୋଲିସ ଗଜପତି ଜିଲ୍ଲା ମୋହନା ଗ୍ରାମର ନବୀନ କୁମାର ନାୟକ(୨୮) କୁ ଗିରଫ କରି କୋର୍ଟଚାଲାଣ କରିଛି । ଖବରନୁଯାୟୀ , ପୋଲିସ କର୍ମଚାରୀ ମାନେ ତପ୍ତପାଣି ରାସ୍ତାର ପୋଡାମାରୀ ଗେଟ୍ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଜଣକ ଗଜପତିରୁ ଏକ ସ୍କୁଟି ( ଓ ଡି ୨୦ ସି ୬୨୨୫) ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ । ଅପରାହ୍ନରେ ସାନଖେମୁଣ୍ଡି ତହସିଲ ଅଧିକାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପ ପରେ ସେଥିରେ ୨୧ କେଜି ୯୦୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଏନେଇ ପାଟପୁର ଥାନା ମାମଲା ନଂ ୨୯୪/୨୪ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।
