ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ତେନ୍ତୁଳିପଲ୍ଲୀ ରୁ ଗତକାଲି ଅପରାହ୍ନ ୫ ଘଣ୍ଟା ସମୟରେ ବେଗୁନିଆପଡ଼ା ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ବେଳେ ଘଟଣାରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ୬ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବେଗୁନିଆପଡା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନକଂ ନେତୃତ୍ବରେ ଏସ୍ ଆଇ ସଂଗ୍ରାମ ଦେଉରୀ, ଏସ୍ ଆଇ ଜଗଦୀଶ ପଣ୍ଡାଙ୍କ ସମେତ ପୋଲିସ ଟିମ୍ ୮୨ କେଜି ୯୦୦ ଗ୍ରାମ ଗଞ୍ଜେଇ, ଗୋଟିଏ ମୋଟରସାଇକେଲ, ଆଇରନ୍ ପ୍ରେସର୍ ମେସିନ୍, ଓଜନ ମେସିନ, ୨ ଟି ଟ୍ରଲି ବ୍ଯାଗ ଜବତ କରି ଥାନାକୁ ଆଣିଥିଲେ। ସୂଚନା ଅନୁସାରେ ତେନ୍ତୁଳିପଲ୍ଲୀ ଗ୍ରାମର ଗୋଟିଏ ଘରେ ଏସବୁ ଗଞ୍ଜେଇ ଛୋଟ ଛୋଟ ପ୍ଯାକେଟ୍ କରି ସୁରଟକୁ ଚାଲାଣ ପାଇଁ ଯୋଜନା ଚାଲିଥିଲା। ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁର ଖୋଡାସିଂର ସାଗର ଦଳେଇ, କୋଦଳା ଥାନା ରାମପଲୀ ର ଛଇଲ ପଳତା, ଜେ ଛଚିନାର ରାକେଶ କୁମାର ରାଉତ, ଖଲ୍ଲିକୋଟ ଆଇତିପୁର ର ସୂର୍ଯ୍ଯ ନାରାୟଣ ପ୍ରଧାନ, ମୁଣ୍ଡୁଳା ନୂଆଁ ସାହିର ଦୀପକ ସାହୁ ଓ ଜିତୁ ପ୍ରଧାନ। ଏମାନଙ୍କ ବିରୁଦ୍ଧରେ ୨୦୭ /୨୦୨୩ ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବେଗୁନିଆପଡ଼ା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
