ବୁଗୁଡା : ତା ୧୯/୦୮/୨୫ : ବୁଗୁଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବାଇକରେ ବୋଝେଇ ହୋଇ ଆସୁଥିବା ଗଞ୍ଜେଇକୁ ଜବତ କରିବା ସହ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇ ଥିବା ଜଣାଯାଇଛି। ଗିରଫ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମର ରାଜେଶ ନାଇକ। ଏ ନେଇ କେସ୍ ନଂ ୭୦/୨୦୨୫-୨୬ରେ ଏକ ମାମଲା ରୁଜୁ ହୋଇଥିବା ଅବକାରୀ ଥାନା ଅଧିକାରୀ ଜ୍ଯୋତି ରଞ୍ଜନ ସେନାପତିଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଆଜି ଦିନବେଳା ରାଜେଶ ବାଇକରେ ଗଞ୍ଜେଇ ଧରି ବୁଦ୍ଧଖୋଲ ପଟରୁ ଆସୁଥିବା ବେଳେ କୋଣସି ସୂତ୍ରରୁ ଖବର ପାଇ ଅବକାରୀ ଥାନା ଅଧିକାରୀ ଜ୍ଯୋତିରଞ୍ଜନ ସେନାପତିଙ୍କ ନେତୃତ୍ବରେ କର୍ମଚାରୀଗଣ ବାଘୁଆ ବ୍ରିଜଠାରେ ଚଢାଉ କରି ବାଇକ ସହ ୫ କିଲୋଗ୍ରାମ ୯୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ରାଜେଶକୁ ଗିରଫ କରିଥିଲେ।
