You are currently viewing ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପରିସରରେ ଦିବ୍ୟାଙ୍ଗଙ୍କୁ ପୋଲିସ ର ଥାର୍ଡ଼ ଡିଗ୍ରୀ, ମୃତ ଅଭିଯୋଗ କଲେ ପରିବାର।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପରିସରରେ ଦିବ୍ୟାଙ୍ଗଙ୍କୁ ପୋଲିସ ର ଥାର୍ଡ଼ ଡିଗ୍ରୀ, ମୃତ ଅଭିଯୋଗ କଲେ ପରିବାର।

କବିସୂର୍ଯ୍ୟନଗ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନଗର ଥାନା ପରିସରରେ ପୋଲିସ ର ମାତ୍ରାଧିକ ନିର୍ଯ୍ୟାତନା (ଥାର୍ଡ଼ ଡିଗ୍ରୀ )ହେତୁ ଦିବ୍ୟାଙ୍ଗ ସୁଶାନ୍ତ ସାହୁ ଙ୍କ ମୃତ୍ୟୁ ହୋଇଥିବା ସୁଶାନ୍ତ ଙ୍କ ( ସ୍ତ୍ରୀ )ପରିବାର ଗଞ୍ଜାମ ଏସ ପି ଙ୍କ ନିକଟରେ ଦାବୀ କରିଛନ୍ତି ବିଶୃଙ୍ଖଳିତ ଗଞ୍ଜାମ ପୁଲିସ। ଶେଷରେ ସବୁ ସୀମା ପାର। ଜଣେ ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କୁ ପୁଲିସ ଥାନାକୁ ନେଇ ଥାର୍ଡ଼ ଦେଲା। ଦିନେ କି ଦିଦିନ ନୁହେଁ ସପ୍ତାହେ କବିସୂର୍ଯ୍ୟନଗର ଥାନାରେ ରଖି ନିର୍ଯ୍ୟାତନା ଦେବା ପରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ଚପାଇବାକୁ ଏବେ ଉଦ୍ୟମ ଚାଲିଛି। ଦିବ୍ୟାଙ୍ଗ ସୁଶାନ୍ତଙ୍କ ମୃତ୍ୟ ପାଇଁ ପୁଲିସକୁ ଦାୟୀ କରିଛନ୍ତି ପରିବାର ଲୋକ। ବାରଙ୍ଗ ପରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ଘଟଣା ଏବେ ସାଧାରଣ ଲୋକଙ୍କ ଭିତରେ ପୁଲିସ ଉପରେ ଥିବା ବିଶ୍ୱାସ ତୁଟି ଯାଇଛି।

ପୂର୍ବରୁ ବେଲଗାଁ ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଏବଂ ଧରାକୋଟ ଥାନା ଆଇଆଇସି କ୍ଷମତା ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ବିଶେଷ କାର୍ଯ୍ୟାନୁଷ୍ଠାନ ନଥିବାରୁ କବିସୂର୍ଯ୍ୟନଗର ଥାନାରେ ଏଭଳି ଘଟଣା ଘଟିଛି। ସଦ୍ୟ ମିଳିଥିବା ସୂଚନା ଅନୁଯାଇ ୩ ପୋଲିସ କର୍ମଚାରୀ ସସପେଣ୍ଡ
ଗଞ୍ଜାମ କବିସୂର୍ଯ୍ୟନଗର ଥାନାରେ ଜଣେ ଦିବ୍ଯାଙ୍ଗ ବ୍ଯକ୍ତିକୁ ପିଟି ପିଟି ମାରିଦେବା ଅଭିଯୋଗ ରେ ପୋଲିସ ର କାର୍ଯ୍ୟାନୁଷ୍ଠାନ। ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଆଇପିଏସ ନୀତିଶ ମିଶ୍ରାକୁଂ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେପଟେ ଜଣେ ହୋମଗାର୍ଡ କୁଂ ସବୁଦିନ ପାଇଁ ବହିସ୍କାର କରାଯାଇଛି। ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ଯତ୍ର ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି।

Oplus_131072