You are currently viewing ଅମ୍ବାଦଳା ପୋଲିସର ଚଢାଉ,ମହୁଲ ପୋଚ ଓ ଦେଶୀ ରନ୍ଧାମଦ ଜବତ।
ଅମ୍ବାଦଳା ପୋଲିସର ଚଢାଉ,ମହୁଲ ପୋଚ ଓ ଦେଶୀ ରନ୍ଧାମଦ ଜବତ।

ଅମ୍ବାଦଳା, ରାୟଗଡା ଜିଲ୍ଲା ଅମ୍ବାଦଳା ଅଞ୍ଚଳରେ ଦିନକୁଦିନ ଦେଶୀ ଓ ବିଦେଶୀ ମଦ କାରବାର ବଢ଼ିବାରେ ଲାଗିଥିବା ବେଳେ ଏହି ମଦ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି । ଅନ୍ୟପଟେ ନିଶା କାରବାର ଯୋଗୁଁ ଜିଲ୍ଲାରେ ବିଭିନ୍ନ ପ୍ରକାର ଅପରାଧ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏଭଳି ମଦ ବିକ୍ରି ଉପରେ ରୋକ ଲଗେଇବା ପାଇଁ ଅଣ୍ଟା ଭିଡ଼ିଛି ଅମ୍ବାଦଳା ପୋଲିସ ଆଜି ଅମ୍ବାଦଳା ପୋଲିସ ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ ଗାଁରେ ଚଢ଼ାଉକରି


ବିପୁଳ ପରିମାଣରେ ମହୁଲ ପୋଚ ଓ ରନ୍ଧା ମହୁଲି ଜବତ କରିବା ସହ ବିଭିନ୍ନ ଜଙ୍ଗଲରେ ରନ୍ଧା ଯାଉଥିବା ମଦଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ ଅମ୍ବାଦଳା ଥାନା ଆଇଆଇସି କଳ୍ପନା ବେହେରାଙ୍କ ନିର୍ଦେଶ କ୍ରମେ ଅମ୍ବାଦଳା ପୁଲିସ୍ ଏଏସଆଇ ପାଢ଼ୀ ସହିତ ଅମ୍ବାଦଳା ପୋଲିସ ଷ୍ଟାଫ ଚଢ଼ାଉ କରିଥିଲେ।ଏହି କାର୍ଯ୍ୟାନୁଷ୍ଠାନରେ କେହି ଗିରଫ ହୋଇ ନିଥିବା ବେଳେ ମୋଟ ୩୦୦ ଲିଟର ହାତରନ୍ଧା ମହୁଲି ମଦ ଜବତ କରିଥିବାବେଳେ ଅଞ୍ଚଳର ବିଭିନ୍ନ ଗ୍ରାମ ଯଥା ଅମଡାପଦର,ଗୁଚ୍ଛାପଡା, ପତ୍ରାପଡ଼ା ସୁଟେରପଦର ଇତ୍ୟାଦି ଗ୍ରାମ ରେ ଚଢ଼ାଉ କରି ୭୦୦ ଲିଟର ମହୁଲି ପୋଚ ଜବତ କରି ଘଟଣା ସ୍ଥଳ ରେ ନଷ୍ଟ କରାଯାଇଥିବା ସୂଚନା ମିଳିଛି।