ଖଲ୍ଲିକୋଟ :25/3
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତାଳପଡା ପଞ୍ଚାୟତର ଆମ୍ବଝର ନୂଆଁପଲ୍ଲୀ ଗ୍ରାମ ସ୍ଥିତ ଖଣ୍ଡେଶ୍ବର ମହାଦେବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କୌଣସି ଦୂର୍ବୁତ୍ତ ମନ୍ଦିରର ଦାନ ହୁଣ୍ଡି ତାଲା ଭାଙ୍ଗି ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ବାରା ଦାନ ଅର୍ଥକୁ ଚୋରି କରି ନେଇଛନ୍ତି । ଆଜି ସକାଳୁ ମନ୍ଦିରର ପୂଜକ ଓ ସେବାୟତ ମନ୍ଦିର ଖୋଲିବା ସମୟରେ ଦେଖିଲେ ମନ୍ଦିରର ଦୁଇଟି ଦାନ ହୁଣ୍ଡିର ତାଲା ଭଙ୍ଗା ଯାଇଛି ଓ ସେଥିରେ ଥିବା ଟଙ୍କା ପଇସା କେହି ଚୋରି କରି ନେଇ ଯାଇଛି। ଏନେଇ ପୂଜକ ପପୁ ମହାପାତ୍ର ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ। ମନ୍ଦିର ପରିଚାଳନା କମିଟି ଉପସଭାପତି ପବିତ୍ର ସ୍ବାଇଁ ଏନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ଜଣାଇଛନ୍ତି।

ଏହା ପୂର୍ବରୁ ମଧ୍ୟ ଥରେ ଚୋରି ହୋଇ ଥିବା ବେଳେ କୌଣସି ଅଭିଯୋଗ କରାଯାଇନଥିଲା । କମିଟିର ସଦସ୍ୟ ମାନଙ୍କ କହିବା ଅନୁଯାୟୀ ପ୍ରାୟତଃ ୩୦ ରୁ ୪୦ ହଜାର ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି।
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
