You are currently viewing ଅଂଗାରଗାଁର ଏକ ଔଷଧ ଦୋକାନରେ ପୋଲିସର ଚଢାଉ । ୧୦ ଲିଟର ବିଦେଶୀ ମଦ ଜବତ ।
ଅଂଗାରଗାଁର ଏକ ଔଷଧ ଦୋକାନରେ ପୋଲିସର ଚଢାଉ । ୧୦ ଲିଟର ବିଦେଶୀ ମଦ ଜବତ ।

କୋଦଳା , ୨୭/୧୨ – ( କୃଷ୍ଣଚନ୍ଦ୍ର ପଲାଇ ) -:- ଔଷଧ ନା ରେ ହେଇଥିଲା ଜହର ବିକ୍ରି । ଔଷଧ ଦୋକାନ ଭିତରୁ ମିଳିଲା ବିପୁଳ ପରିମାଣର ବିଦେଶୀ ମଦ । ରୋଗୀକୁ ଔଷଧ ବିକ୍ରି ସହ ବେଆଇନ ଭାବେ ମଦ ବିକ୍ରି ଚାଲିଥିଲା । ପୋଲିସ ଚଢାଉ କରି ଜବତ କରିଛି ବିଦେଶୀ ମଦ । ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଂଗାରଗାଁର ଏକ ଔଷଧ ଦୋକାନ ଉପରେ ଚଢାଉ କରିଛି କୋଦଳା ପୋଲିସ । ଆଉ ଜବତ କରିଛି ୧୦ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ବୋତଲ । କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ବରେ ଏଭଳି ଖୁଲାସା ହୋଇଛି । ବେଆଇନ ମଦ କାରବାରର ଏହି ନୂଆଁ ତରିକା ଏବେ ସାଧାରଣରେ ଆଶ୍ଚର୍ଯ୍ୟ କରିଥିବା ବେଳେ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।