ଭୁବନେଶ୍ବର: ଲକ୍ଷ୍ମୀ ସାଗର ଥାନା ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ପ୍ରାୟ ଏକ ବର୍ଷ ଧରି ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରା ଗିରଫ ହୋଇଛି। ଏହି ସୂଚନା ଆଜି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ଦେଇଛନ୍ତି।
ଖବର ଅନୁଯାୟୀ, ମନୋଜ ବେହେରା ଭୁବନେଶ୍ବର ଜଗନ୍ନାଥ ନଗରରେ ଥିବା ସୂଚନା ପାଇ ପୁଲିସ ମନୋଜକୁ ଗିରଫ କରିଛି। ମନୋଜର ମୂଳ ଘର ସମ୍ବଲପୁର ଜିଲ୍ଲା ବୁର୍ଲାର ଗାନ୍ଧୀନଗରରେ।
ମନୋଜ ନାମରେ ହତ୍ୟା, ଲୁଟ, ଗୁଳି ମାଡ଼ ଆଦି କୁ ନେଇ ବିଭିନ୍ନ ଥାନାରେ ପ୍ରାୟ ୧୫ଟି ମାମଲା ରହିଛି। ପୁଲିସ ମନୋଜ କୁ ଗିରଫ କରିବା ପରେ ତା ପାଖରୁ ପିସ୍ତଲ, ଦୁଇଟି ମାଗାଜିନ୍ ଏବଂ ୯ଟି ଜୀବନ୍ତ ୭.୬୫ଏମ୍ଏମ୍ ଗୁଳି ଜବତ କରିଛି।
ପୁଲିସ ଅନୁଯାୟୀ ତାର ଅନ୍ୟ ସହଯୋଗୀ ମାନଙ୍କୁ ଟ୍ରେସ କରା ସରିଛି। ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ।
