You are currently viewing ଛାମୁଣ୍ଡା ଗ୍ରାମରେ ଘର ଭିତରୁ ସ୍ୱାମିର ମୃତଦେହ ଉଦ୍ଧାର ଥାନାରେ ଲିଖିତ ଅଭିଯୋଗ ଦେଲେ ସ୍ତ୍ରୀ l
ଛାମୁଣ୍ଡା ଗ୍ରାମରେ ଘର ଭିତରୁ ସ୍ୱାମିର ମୃତଦେହ ଉଦ୍ଧାର ଥାନାରେ ଲିଖିତ ଅଭିଯୋଗ ଦେଲେ ସ୍ତ୍ରୀ l

ଜଗନ୍ନାଥପ୍ରସାଦ ୫/୧୨:(ଚିତ୍ତରଞ୍ଜନ ଗନ୍ତାୟତ )
ଗଞ୍ଜାମ ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଗ୍ରାମରେ ସୋମବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି ଜଗନ୍ନାଥ ପ୍ରସାଦ ପୋଲିସ l ଛାମୁଣ୍ଡା ବାରିସାହି ରେ ଘଟିଛି ଏହି ଘଟଣା l ମୃତ ବ୍ୟକ୍ତି ଜଣଙ୍କ ହେଲେ କପିଳା ବେହେରା (୫୫) l ଏହି ଘଟଣାରେ ପୁଲିସ ପହଞ୍ଚି ମୃତକଙ୍କ ସ୍ତ୍ରୀ କୁ ତଦନ୍ତ ପରିସରରେ ଆଣି ପଚରାଉଚରା ଜାରିରଖିଛି l ସ୍ଥାନୀୟ ପୋଲିସ ଅପମୃତ ମାମଲା ୨୧/୨୩ ପ୍ରକାରେ ରୁଜୁ କରି ତଦନ୍ତ ଚଳାଇବା ସହ ବ୍ୟବଛେଦ ପାଇଁ ପାଇଁ ଭଞ୍ଜନଗର ପଠାଇଛି l

ସ୍ତ୍ରୀ ଅହଲ୍ୟା ଅଭିଯୋଗ ପତ୍ରରେ ମୋତେ ମୋ ସ୍ୱାମୀ ପ୍ରତେକ ଦିନ ମଦ ପିଇ ମାରପିଟ କରିବା ସହ ଅକଥନୀୟ ଯନ୍ତ୍ରଣା ଦେଉଥିଲା I ଆଜି ସକାଳୁ ମଦ ପିଇ ମୋତେ ଟଙ୍କା ଦେ ନହେଲେ ତତେ ଜୀବନରେ ତତେ ମାରିବି ନଚେତ ମୁଁ ମାରିବି କହି ଭିତରୁ କବାଟ ଦେଇ ଥିଲେ l କିଛି ସମୟ ପରେ ଘରକୁ ଆସି ଦେଖିଲା ବେଳେ ଘଟଣା ସ୍ଥଳରେ ସ୍ୱାମୀର ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ପଡିଛି l
ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀ ଦୁହେଁ ବାହାର ରାଜ୍ୟରେ ରହି କଫି ବଗିଚାରେ ଦାଦନ ଖଟୁଥିଲେ l ଗତ ଦୁଇଦିନ ହେଲା ଦୁହେଁ ନିଜ ଘରକୁ ଫେରିଥିଲେ l ସ୍ୱାମୀ ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ସାହିବାସୀନ୍ଧା କହିଛନ୍ତି l
ସକାଳ ପ୍ରାୟ ୧୦ ଟା ସମୟରେ ଛାମଣ୍ଡା ଗ୍ରାମରେ ହତ୍ୟା ଖବରପାଇ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l ଅହଲ୍ୟା ଅଭିଯୋଗ ପତ୍ର ଓ ଗାଁ ଲୋକ ଙ୍କୁ ନେଇ ପୁଲିସ ତଦନ୍ତ କରୁଥିବା ଶ୍ରୀ ଅରୁଣ କୁମାର ସିଂ ସୂଚନା ଦେଇଛନ୍ତି । ସେମାନଙ୍କ 4 ବର୍ଷର ଏକ ପୁତ୍ର ସନ୍ତାନ ସମ୍ପର୍କୀୟଙ୍କ ଘରେ ରହିଥିବା ସୂଚନା ମିଳିଛି ।