You are currently viewing ଜମି କିଣା ବିକା କୁ ନେଇ ଓକିଲଙ୍କ ହତ୍ୟା, 4 ଦିନ ପରେ ମିଳିଲା ମୃତ ଦେହ
ଜମି କିଣା ବିକା କୁ ନେଇ ଓକିଲଙ୍କ ହତ୍ୟା, 4 ଦିନ ପରେ ମିଳିଲା ମୃତ ଦେହ

କଟକ: ନିଖୋଜ କଟକ ଓକିଲ ଆର୍ଯ୍ୟ ଭୂଷଣ ଚୌଧୁରୀଙ୍କ ମୃତ ଦେହ 4 ଦିନ ପରେ ଏକ କୂଅରୁ ମିଳିଛି। ଶବ ମିଳିବା ପରେ ଆର୍ଯ୍ୟଙ୍କ ମା କନକ ଲତା ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ପୁଅର ହତ୍ୟା ଜମି କିଣା ବିକା କୁ ନେଇ କରାଯାଇଛି।

ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ଅର୍ଯ୍ୟାଙ୍କୁ ମାରିଥିବା ତାଙ୍କ ମାଁ ଅଭିଯୋଗ ଆଣିଛନ୍ତି । ଏପରିକି ହତ୍ୟାର ପ୍ରମାଣ ନଷ୍ଟ କରିବା ପାଇଁ ଘର ସାମ୍ନାରେ ବାଲି ମଧ୍ୟ ଆଣି ରଖାଯାଇଥିଲା ବୋଲି ଆର୍ଯ୍ୟଙ୍କ ମାଁ କହିଛନ୍ତି।

ଆର୍ଯ୍ୟଙ୍କ ନିଜ ଘର ତଳ ତେଲେଙ୍ଗା ବଜାର ହୋଇଥିବା ବେଳେ ସେ ଗୁରୁବାର ଠାରୁ ନିଖୋଜ ଥିଲେ । ସେ ସବୁବେଳେ ବିଡାନାସୀ ସ୍ଥିତ ନୂଆ ସାହି ଘରେ ରହୁଥିଲେ। ସେଠି ସେ ଜମି ବିକ୍ରି କରିବା ପାଇଁ ସ୍ଥାନୀୟ 2 ଜଣ ଲୋକଙ୍କ ସହ ଆଲୋଚନା କରିଥିଲେ। ତା ପରେ ଆର୍ଯ୍ୟଙ୍କୁ ରାସ୍ତାରୁ ହଟାଇ ଜମିକୁ ନିଜ ନାରେ କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା।

ଖବର ପାଇବାପରେ ପୁଲିସ ମୃତଦେହ ଉଦ୍ଧାର କରି, ଘଟଣାର ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ପୁଲିସ ତଦନ୍ତ କରିବା ସହ ମୃତକଙ୍କ ମାଁ ଅଭିଯୋଗ ଆଣିଥିବା ଦୁଇ ଯୁବକଙ୍କୁ ମଧ୍ୟ ଖୋଜୁଛି ।