You are currently viewing ଦେଶୀ ଭାଟିପାଇଁ ଡ଼େଙ୍ଗାପଦର ଗ୍ରାମରେ ଘରେ ଘରେ ମଦ ଦୋକାନ, ପୋଲିସ ପ୍ରଶାସନ ଚୁପ।
ଦେଶୀ ଭାଟିପାଇଁ ଡ଼େଙ୍ଗାପଦର ଗ୍ରାମରେ ଘରେ ଘରେ ମଦ ଦୋକାନ, ପୋଲିସ ପ୍ରଶାସନ ଚୁପ।

ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଡ଼େଙ୍ଗାପଦର ଗ୍ରାମରେ ମଦ ବିକ୍ରିକୁ ନେଇ ତାତିଲେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଓ ଯୁବପିଢ଼ି। ଗ୍ରାମରେ ବର୍ଷ ବର୍ଷ ଧରି ମଦ ବିକ୍ରି କରିଆସୁଥିବା ଗ୍ରାମର ଟୁକୁନା ସାହୁ ବୁଧବାର ସନ୍ଧ୍ୟା ସମୟରେ ଏକ ଡାଲା ଅଟୋ ନୁମ୍ବର (OD/07/V 0483) ରେ ବିଦେଶୀ ମଦ ନିଜ ଘର ସମ୍ମୁଖ ଓଲାଉ ଥିବା ଦେଖିବାକୁ ପାଇଥିଲେ ଗ୍ରାମର ମହିଳା ମାନେ। ଗ୍ରାମ ବୈଠକ ରେ ହନୁମାନ ମୃତ୍ତି ପ୍ରତିଷ୍ଠା ପାଇଁ ମଦ ବିକ୍ରି କରିବାପାଇଁ ବାରଣ କରାଯାଇଥିଲା।

ମଦ ବିକିବା ଦ୍ୱାରା ଗ୍ରାମରେ ଅଶାନ୍ତି ହେବା ସହ ରାସ୍ତା ମଝିରେ ଯାନବାହାନ ରଖି ଅଶୀଳ ଭାଷା ପ୍ରୟୋଗ କରିବା ସହ ଝିଅ, ବାହୁଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ କରିଛନ୍ତି। ମଦ ବିକ୍ରି ବନ୍ଦ ପାଇଁ ଗ୍ରାମର ସରପଞ୍ଚ ଙ୍କୁ ମଧ୍ୟ୍ୟ ବହୁବାର କହିବା ସ୍ୱତେ କୌଣସି କାଯ୍ୟକାରୀ ହୋଇନାହିଁ। ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମର ମଦ ମାଫିଆ ମାନେ ସରପଞ୍ଚ,ପୋଲିସ ଏବଂ କିଛି ନେତାମାନଙ୍କୁ ବଟି ଦେଇ ବେଧଡକ ଭାବେ ଖୋଲାମ ଖୋଲା ମଦ ଵେବସାୟ କରୁଥିବା କହିଛନ୍ତି।

ମହିଳା ମାନେ କହିଛନ୍ତି ସଦର ଥାନା ଅଧିନରେ ଯାଉଥିବା ଅନେକ ଗ୍ରାମରେ ବିନା ଲାଇସେନ୍ସ ରେ ଘରେ ଘରେ ମଦ ବିକ୍ରି ହବୁଥିବା ବେଳେ ସଦର ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି। ପୋଲିସ ର ଏପରି କାଯ୍ୟକୁ ସହିନପାରି ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ ମାନେ ମଦ ମାଫିଆ ଟୁକୁନା ସାହୁ ଏବଂ ଅଟୋ ଡ୍ରାଇଭ କୁ କାବୁ କରି ସଦର ପୋଲିସକୁ ଜଣାଇଥିଲେ। ଶେଷରେ ପୋଲିସକୁ କହିଥିଲେ ଟୁକୁନା ଙ୍କ ଘରଭିତରେ ତଦନ୍ତ କରିବାପାଇଁ ଘର ଭିତର ଓ ବାରିପଟେ ଖଳା ରୁ ବିଭିନ୍ନ ରକମର ବିପୁଳ ପରିମାଣ ର ବିଦେଶୀ ଓ ହାତ ଭିଡା ମଦ ଜବତ ହୋଇଥିଲା।

ଆନୁମାନିକ ପାଖା ପାଖି ୫ରୁ ୬ ଲକ୍ଷ ଟଙ୍କାର ମଦ ସହ ଫ୍ରିଜ ଜବତ କରିଛି ସଦର ପୋଲିସ। ଗ୍ରାମବାସୀଙ୍କ କହିବା ଅନୁଯାଇ ଗ୍ରାମରେ ଥିବା ଦେଶୀ ମଦ ଭାଟି ପାଇଁ ଆଜି ଆମ ଗାଁ ରେ ଘରେ ଘରେ ମଦ ବିକ୍ରିହେଉଥିବା ଦେଖିବାକୁ ମିଳୁଛି ତାହାସହ ଭାଟିରୁ ବାହାରୁ ଥିବା ଦୃଗନ୍ଧ ଘରେ ଏବଂ ସ୍କୁଲ ରେ ସବୁଆଡେ ପଂହଁଚୁଛି ସେଠାରୁ ବାହାରୁଥିବା ଆବର୍ଜନା ପାଣି ପୋଖରୀ କେନାଲ ରେ ମିଶ୍ରିତ କରୁଛନ୍ତି ଏଥି ଦ୍ୱାରା ଚର୍ମ ରୋଗ ର ଶିକାର ହେବା ସହ ନିମ୍ମାନର ମଦ ପିଇବା ଦ୍ୱାରା ଗ୍ରାମର କିଛି ଲୋକଙ୍କ କିଡ଼ନୀ ଜନିତ ରୋଗରେ ମୃତ୍ୟୁ ବରଣ କରିଛନ୍ତି କହିଛନ୍ତି।

ଏହି ଭାଟିକୁ ଗ୍ରାମରୁ ସମ୍ପୂର୍ଣ ବନ୍ଦ କରିବାପାଇଁ ପୋଲିସ ଉପସ୍ଥିତିରେ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଭାଟି ସମୁଖରେ ଉତେଜନା ପ୍ରକାଶ କରିଥିଲେ। ପରେ ସଦର ଆଇ ଆଇ ସି ସନ୍ତୋଷ ବେହେରା ଗ୍ରାମବାସୀ ମାନଙ୍କୁ ବୁଝାସୁଜା କରିବା ସହ ଟୁନା ସାହୁ, ଅଟୋ ଡ୍ରାଇଭର କୁ ଥାନାକୁ ନେଇଥିଲେ। ଗ୍ରାମବାସୀ ମାନେ ପୋଲିସ ସମୁଖରେ କହିଥଲେ ଗ୍ରାମରେ ଯଦି ପୁଣି ମଦ ବିକ୍ରୀହୁଏ ତାହାହେଲେ ଥାନା ସମ୍ମୁଖ ରେ ଘେରାଉ କରିବା ସହ ମୁଖ୍ୟରାସ୍ତା ପୁରାପୁରି ବନ୍ଦ କରିବୁ କଲେକ୍ଟର ଅଫିସ ଆଗରେ ଧାରଣା ରେ ବସିବୁ ସମସ୍ତ ଗ୍ରାମବାସୀ। ଦେଖିବାକୁ ବାକିରହିଲା ସଦର ପୋଲିସ କେତେ ଗ୍ରାମରୁ ବିନା ଲାଇସେନ୍ସ ମଦ ଦୋକାନ ବନ୍ଦ କରୁଛି।