ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଳିମେଖି ପଂଚାୟତର ଜାଗିଲିପଦର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ! ଏହି ଗ୍ରାମର ନୀଳାଞ୍ଚଳ ପଣ୍ଡା ଗାଁ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛନ୍ତି ! ଘଟଣା ରୁ ପ୍ରକାଶ ନୀଳାଞ୍ଚଳ ମଙ୍ଗଳବାର ଭୋରୁ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇ ଥିଲେ ! ସେଠାରେ ସେ ଗାଧୋଇବା ବେଳେ ଭାରସାମ୍ୟ ହରାଇ ପୋଖରୀ ରେ ବୁଡି ଯାଇ ଥିଲେ ! ଗାଁ ର କିଛି ଲୋକ ଗାଧୋଇବାକୁ ଯିବା ବେଳେ ନୀଳାଞ୍ଚଳ କୁ ଦେଖି ଉଦ୍ଧାର କରିଥିଲେ ! ପରିବାର ଲୋକ ଉକ୍ତ ପୋଖରୀ କୁ ଯାଇ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ! ଆମ୍ବୁଲାନ୍ସ ରେ ନୀଳାଞ୍ଚଳ କୁ କୋଦଳା ମେଡିକାଲ କୁ ଆଣିଥିଲେ ! ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ! କୋଦଳା ମେଡିକାଲ ରେ ପହଂଚି ଶବ କୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି !
ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
