ନାଚୁଣୀ ଥାନା ଗମ୍ଭାରିମୁଣ୍ଡା ରୋଡ଼ ମଧ୍ୟସ୍ଥ ହାଡ଼ଖାଇ ଗ୍ରାମର ଭୀମ ସ୍ବାଇଁଙ୍କ ପୁଅ ମୁନା ସ୍ଵାଇଁଙ୍କ ମହିନ୍ଦ୍ରା ୫୭୫ ଟେକ୍ସ ପ୍ଲସ ମଡେଲ ଟ୍ରାକ୍ଟର (ନଂ- ଓ ଡି ୦୨/ ବି ୱାଇ- ୬୫୩୩) ଗତ ଏପ୍ରିଲ ପହିଲାରେ ଚୋରି ହୋଇଥିଲା। ଶ୍ରୀ ସ୍ବାଇଁ ନାଚୁଣୀ ଥାନାରେ ଏତଲା ଦେଇଥିଲେ। ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ଓ ନାଚୁଣୀ ଥାନା ଅଧିକାରୀ ବିଭୂତି ଭୁଷଣ ମହାପାତ୍ରଙ୍କୁ ନେଇ ଏକ ଟିମ୍ ତନାଘନା କରି ସନ୍ଦିଗ୍ଧ ଅଭିଯୁକ୍ତ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମର ମହମ୍ମଦ ହାଲିମଙ୍କ ପୁଅ ପପୁନା ଓରଫ ମହମ୍ମଦ ରହିମ ଓରଫ୍ ଅବଦୁଲ୍ (୩୫)କୁ ଧରି ପ୍ରଥମେ ତା’ର ଗ୍ରାମ ଓ ପରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼
ସେଠାରୁ ଚୋରି ଟ୍ରାକ୍ଟର ସହିତ ଅନ୍ୟ ଏକ ଚୋରି ଟ୍ରାକ୍ଟର (ନଂ – ଓଡି -09/ସିଆର- ୦୨୨୩) ମଧ୍ୟ ଉଦ୍ଧାର କରାଯାଇଛି। ଆଜି ଅଭିଯୁକ୍ତକୁ ଗିରଫ କରି ନାଚୁଣୀ ଥାନାକୁ ଅଣାଯାଇଥିଲା
ଏ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ପୁଲିସ। ଏହି ଚଢ଼ଉରେ ନାଚୁଣୀ ଥାନା କର୍ମଚାରୀ ପି.କେ. ସାହୁ, ଏସ୍. ପ୍ରଧାନ, ଆର୍. ବରାଳ, ବାଣପୁର ଥାନା ଏଏସ୍ଆଇ ପି.କେ. ଦଳାଇ ସାମିଲ ଥିଲେ |

