You are currently viewing ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ର ରେ ମରଣାତ୍ମକ ଆକ୍ରମଣ।
ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ର ରେ ମରଣାତ୍ମକ ଆକ୍ରମଣ।

ବେଗୁନିଆପଡା:-(୩୦/୦୫/୨୦୨୪)- ବେଗୁନିଆପଡା ଥାନା ଅନ୍ତର୍ଗତ କେ ବରିଡା ପଞ୍ଚାୟତର ନିମିନା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମରଣା ନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମଙ୍ଗୁଳୁ ପରିଡା (୬୫) ନିଜ ଘରେ ଏକ ଖଟ ଉପରେ ଶୋଇଥିବା ବେଳେ ସେହି ଗ୍ରାମର ବିଜୟ ପରିଡା ଓ ତାଙ୍କ ପୁଅ ମିଥୁନ ଓ ବିଜୟ ଙ୍କ ସ୍ତ୍ରୀ ମମି ହଠାତ ସେଠାରେ ପହଂଚି ଏକ କାଠ ଫାଳିଆ ରେ ମଙ୍ଗୁଳୁ ଙ୍କୁ ପ୍ରହାର କରିବା ସହ ବିଜୟ ଏକ ଧାରୁଆ କଟୁରୀ ରେ ମଙ୍ଗୁଳୁଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ପରେ ମଙ୍ଗୁଳୁ ଙ୍କ ନାତି ଓ ନାତୁଣୀ ଘଟଣା ସ୍ଥଳରେ ପହଂଚି ଚିତ୍କାର କରିବା ପରେ ସେମାନେ ଧମକ ଦେଇ ସେହି ଜାଗା ଛାଡି ଚାଲିଯାଇଥିଲେ। ଏହା ପରେ ମଙ୍ଗୁଳୁ ଙ୍କୁ ତୁରନ୍ତ କୋଦଳା ଓ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ମଙ୍ଗୁଳୁ ଏକ ଏତଲା ବେଗୁନିଆପଡା ଥାନାରେ ଦାଏର କରିଛନ୍ତି। ଏହି ଘଟଣା ପୂର୍ବ ଶତ୍ରୁତା କୁ ନେଇ ହୋଇଥିବା ଜଣାଯାଇଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।