You are currently viewing ପୁରୀ ରେ ଏନକାଉଣ୍ଟର, ଚନ୍ଦନ ଜେନା ଆହତ
ପୁରୀ ରେ ଏନକାଉଣ୍ଟର, ଚନ୍ଦନ ଜେନା ଆହତ

ପୁରୀ, ୩୧ /୫ -ଶନିବାର ରାତିରେ ବାସେଳୀସାହି ଥାନା ପୋଲିସ ର ଏନକାଉଣ୍ଟର ଫଳରେ ଚନ୍ଦନ ଓରଫ ବିଷ୍ଣୁ ପ୍ରସାଦ ଜେନା ଆହତହୋଇଛନ୍ତି |ଥାନା ରେ ଖବର ପହଁଚିଲା କିଛି ଯୁବକ ଅପରାଧିକ କାର୍ଯ୍ୟକଳାପ ପାଇଁ ଯୋଜନା କରୁଛନ୍ତି | ମଙ୍ଗଳାଘାଟ -ଷ୍ଟର୍ଲିଂ ରାସ୍ତା ର ଓଁକାରଶ୍ୱର ମନ୍ଦିର ନିକଟରେ କିଛି ଯୁବକ ବୁଲୁଛନ୍ତି |ପୋଲିସ ଗାଡି ଦେଖି ସେମାନେ ଦଉଡି ପଳାଇଥିଲେ | ମଟରସାଇ କେଲ ରେ ଯିବାବେଳେ ଚନ୍ଦନ ପଡ଼ିଯାଇଥିଲା |ପଡିଗଲା ପରେ ଚନ୍ଦନ ପୋଲିସ ଉପରକୁ ଫାୟାରିଙ୍ଗ କରିଥିଲା | ପୋଲିସ ସେମାନଙ୍କ ସୁରକ୍ଷା ପାଇଁ ବନ୍ଧୁକ ରୁ ଗୁଳି ଫୁଟାଇଥିଲା, ତାହା ଚନ୍ଦନ ର ଡାହାଣ ଗୋଡ ରେ ବାଜିଥିଲା ଓ ଆହତ ହୋଇଥିଲା |ପୋଲିସ ଚନ୍ଦନ କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛି | ଚନ୍ଦନ ନାମରେ କୋଣାର୍କ ସମେତ ବିଭିନ୍ନ ଥାନା ରେ ମାମଲା ରହିଛି | ଏନକାଉଣ୍ଟର ଘଟଣା ପରେ ପୁରୀ ରେ ଅପରାଧୀ ମାନଙ୍କ ଭିତରେ ଭାଳେଣି ପଡିଯାଇଥିବା ଶୁଣିବାକୁ ମିଳୁଛି | ପୁରୀଜିଲ୍ଲା କୁ ଅପରାଧ ଶୂନ୍ୟ କରିବା ପାଇଁ ଯୁବ ଏସ ପି ପ୍ରତୀକ ସିଂ ଯୋଜନା ଜାରି ରଖିଛନ୍ତି |