ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତିରିଡା ଗ୍ରାମ. ନିକଟ ଜଙ୍ଗଲ ରେ ଜୁଆ ଖେଳ ଚାଲୁ ଥିବା ଖବର ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜାଣିବା ପରେ ସେ ବେଗୁନିଆପଡା ଥାନା ଦା୍ୟୁତ୍ୱ ରେ ଥିବା କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଙ୍କୁ ନିର୍ଦେଶ ଦେଇ ଥିଲେ ! ଶ୍ରୀ ସାହୁ ବେଗୁନିଆପଡା ପୋଲିସ ଙ୍କୁ ଧରି ଉକ୍ତ ସ୍ଥାନ ରେ ଚଢ଼ାଉ କରିଥିଲେ ! ସେଠାରୁ ଛଅ ଜଣ ଯୁଆଡ଼ି ଙ୍କୁ ଗିରଫ କରିବା ସହ 13 ଗୋଟି ମୋଟର ସାଇକେଲ, 6 ଟି ମୋବାଇଲ, ନଗଦ 52 ହଜାର 6 ସହ ଟଙ୍କା, 4 ଟି ତାସ ମୁଠା ଓ ଦୁଇଟି ପାଲ ଜବତ କରିବାରେ ସକ୍ଷମ ହୋଈ ଥିଲେ ! ବେଗୁନିଆପଡା ଥାନା କେଶ ନମ୍ବର 258 ରେ ମାମଲା ରୁଜୁ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି !ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
