You are currently viewing ଖଣ୍ଡିଆନଈ ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ।
ଖଣ୍ଡିଆନଈ ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ।

କୋଦଳା ।
ବେଗୁନିଆପଡା ବ୍ଲକ ଖଣ୍ଡିଆନଈ ସମିତି ସଭ୍ୟା କୁନି ପଲେଇକଂ ସ୍ବାମୀ ରମେଶ ଚନ୍ଦ୍ର ପଲେଇକୁଂ ଗତକାଲି ବ୍ଲକ କାର୍ଯ୍ଯାଳୟ ଫାଟକ ସମ୍ମୁଖରେ ଆକ୍ରମଣ ହୋଇଥିବା ବେଳେ ଆଜି ବେଗୁନିଆପଡ଼ା ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ତିରିଡା ଗ୍ରାମର ଦିବାକର ବେହେରା ।ଆଜି ଅପରାହ୍ନରେ ଅଭିଯୁକ୍ତ ଦିବାକର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ସେପଟେ ଗୁରୁତର ଅବସ୍ଥାରେ ଆହତ ହୋଇ ରମେଶ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କ ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।ଗତକାଲି ବେଗୁନିଆପଡ଼ା ଥାନାରେ ରମେଶ ଏତଲା ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ୧୪୭ /୨୦୨୩ ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସେପଟେ ବ୍ଲକ କାର୍ଯ୍ଯାଳୟ ଫାଟକ ସମ୍ମୁଖରେ ସିସିଟିଭି କ୍ୟାମେରା ଥିବାରୁ ଏନେଇ ତଦନ୍ତ କରାଯିବାକୁ ରମେଶଙ୍କ ପରିବାର ଲୋକେ ଦାବି କରିଛନ୍ତି ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।