କୋଦଳା (୨୩/୧୧/୨୦୨୩)
ବ୍ରହ୍ମପୁର ଟାଟା ପାୱାର ଭିଜିଲାନ୍ସ କର୍ମଚାରୀଙ୍କୁ କୋଦଳା ଠାରେ ବିରୋଧ, ବିନା ପରିଚୟ ପତ୍ରରେ ମିଟର ଚେକିଂ କରୁଥିବା ଅଭିଯୋଗ
ବ୍ରହ୍ମପୁର ଡିଭିଜନ ଟାଟା ପାୱାର ଭିଜିଲାନ୍ସ ବିଭାଗ କର୍ମଚାରୀ ମାନଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଇଲେଟ୍ରିକ୍ ଭିଜିଲାନ୍ସ କହି ବିଭିନ୍ନ ସ୍ଥାନରେ ଏମାନେ ଘରେ ଘରେ ପଶି ବିନା ଅନୁମତିରେ ମିଟର ଖୋଲି ଦେଉଛନ୍ତି ଏବଂ ପରବର୍ତ୍ତୀ ସମୟରେ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି। ନିର୍ଦ୍ଧିଷ୍ଟ ବ୍ଯକ୍ତିଙ୍କ ପ୍ରରୋଚନାରେ ନିର୍ଦ୍ଧିଷ୍ଟ ଘରକୁ ଯାଇ ଯୋଜନାବଦ୍ଧ ଭାବେ ହଇରାଣ କରୁଥିବା ଅଭିଯୋଗରେ ଏମାନଙ୍କୁ ବିରୋଧ କରାଯାଇଛି। ଗୁରୁବାର ଉକ୍ତ ଟିମ୍ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ବାସଭବନରେ ପହଞ୍ଚି ହଠାତ୍ ମିଟର ଖୋଲି ଦେଇଥିଲେ। ଅଧ୍ଯକ୍ଷ ଘରେ ନଥିବା ବେଳେ ଖବର ପାଇ ତୁରନ୍ତ ପହଞ୍ଚିଥିଲେ ।ତେବେ ଉକ୍ତ କର୍ମଚାରୀ ମାନଙ୍କୁ ପରିଚୟ ପତ୍ର ମାଗିଥିଲେ ଅଧ୍ଯକ୍ଷ। କିନ୍ତୁ ପରିଚୟ ପତ୍ର ଦେଖାଇ ପାରି ନଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପରେ ବ୍ରହ୍ମପୁର ଟାଟା ପାୱାର ଭିଜିଲାନ୍ସ ବିଭାଗର ଅଧିକାରୀଣୀ ଅର୍ଚ୍ଚନା କରକୁଂ ଏନେଇ ଅବଗତ କରାଯିବା ପରେ ସେଠାରୁ ଚାଲି ଯାଇଥିଲେ କର୍ମଚାରୀ। ତେବେ ଟାଟା ପାୱାର ଭିଜିଲାନ୍ସ ନାମରେ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ
ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏନେଇ ବିଭାଗର ଅଧିକାରୀ ମାନେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଧ୍ଯକ୍ଷ ଶ୍ରୀ ନାୟକ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
