You are currently viewing ପୁଣି ଅଶାନ୍ତ ଗଞ୍ଜାମ ଜିଲ୍ଲାଯୁବକଙ୍କୁ ସଂଘବଦ୍ଧ ଭାବେ ନିର୍ମମ ହତ୍ୟା
ପୁଣି ଅଶାନ୍ତ ଗଞ୍ଜାମ ଜିଲ୍ଲାଯୁବକଙ୍କୁ ସଂଘବଦ୍ଧ ଭାବେ ନିର୍ମମ ହତ୍ୟା

କୋଦଳା
ପୁଣି ଥରେ ଅଶାନ୍ତ ହେଲା ଗଞ୍ଜାମ ଜିଲ୍ଲା ।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲୀ ଠାରେ ଘଟିଛି ହତ୍ୟା କାଣ୍ଡ ।ଜଣେ ଯୁବକଙ୍କୁ ୩ ଜଣ ଯୁବକ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ଯା କରାଯାଇଛି। ସାଂଗ ହୋଇ ମଦ ପିଇ କୋଦାଳ ରେ ଆକ୍ରମଣ କରିଛନ୍ତି ୩ ଯୁବକ। ସୋରଡ଼ା ପଲ୍ଲୀ ଗ୍ରାମର କୈଳାସ ଶବର ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି ୩ ଯୁବକ। କୋଦାଳ ରେ ମୁଣ୍ଡକୁ ହାଣି ଦେଇଥିଲେ। ପରେ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ଯା କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଶ୍ରୀକ୍ଷେତ୍ର ଶବର ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ଅନ୍ଯ ୨ ଅଭିଯୁକ୍ତ ଫେରାର ଥିବା ବେଳେ ଘଟଣା ସ୍ଥଳରେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସହ ପୋଲିସ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।