You are currently viewing ଜୁଆ ଆଡ୍ଡାରେ ଆସିକା ପୋଲିସର ଚଢାଉ : ୯ ଗିରଫ ସହ ୨୦ ହଜାର ୫ ଶହ ୫୦ ଟଙ୍କା ଜବତ ।
ଜୁଆ ଆଡ୍ଡାରେ ଆସିକା ପୋଲିସର ଚଢାଉ : ୯ ଗିରଫ ସହ ୨୦ ହଜାର ୫ ଶହ ୫୦ ଟଙ୍କା ଜବତ ।

ଆସିକା,୪/୮ ଆସିକା ବସଷ୍ଟାଣ୍ଡ ଆଇ.ବି ବଙ୍ଗଳା ନିକଟ ନାଦୀବନ୍ଧ ଠାରେ ଚାଲିଥିବା ଜୁଆ ଖେଳ ଆଡ୍ଡାରେ ପୋଲିସ ଅତିର୍କିତ ଚଢାଉ କରଥିଲା । ଆସିକା ଥାନା ଅଧିକାରୀ ପି.ସ୍ୱରୁପ କିଶାନଙ୍କ ତତ୍ୱାବାଧାନରେ ଚଢାଉ ହୋଇଥିଲା । ଆସିକା ଥାନା ଏସ.ଆଇ ଅଜିତ ପରିଡା ସଦଳ ବଳେ ଜୁଆ ଖେଳ ଆଡ୍ଡାରେ ପହଁଚି ଚଢାଉ କରିଥିଲେ । ଏହି ଚଢାଉ ବେଳେ ୯ ଜଣ ଜୁଆଡିକୁ ପୋଲିସ ଗିରଫ କରିଥିଲା । ସେଠାରୁ ନଗଦ ୨୦ ହଜାର ୫ ଶହ ୫୦ ଟଙ୍କା ଜବତ ସାଙ୍ଗକୁ ୧୦୪ ଟି ତାସ କାର୍ଡ, ୩ ଟି ମୋଟର ସାଇକେଲ ଏବଂ ଗୋଟିଏ ଜରି ପାଲକୁ ଜବତ କରାଯାଇଛି ।ଗିରଫ ଜୁଆଡି ମାନେ ହେଲେ କୁମ୍ଭାର ସାହିର ପ୍ରକାଶ ପାତ୍ର, ମାମୁଁଡିହ ଗ୍ରାମର ଗାଣ୍ଡୁ ସାହୁ, ବାଣିବିହାରର ମନୋରଞ୍ଜନ ପାଣିଗ୍ରାହି, ତାଲୁକା ଛକର ରୋହିତ କୁମାର ପରିଡା, ପାକଲ୍ଲାପଲ୍ଲୀ ଗ୍ରାମର ଶତ୍ରୁଘ୍ନ ପରିଡା, ଆସିକା ବସଷ୍ଟାଣ୍ଡ ରୋଡର କପିଳ ବେହେରା, ଶ୍ୟାମ ଓରଫ ବାପି ନାଇକ, କାଳଷଣ୍ଡପୁର ଗ୍ରାମର ସନ୍ୟାସୀ ବିଶ୍ୱାଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପି.ସ୍ୱରୁପ କିଶାନ ସୂଚନା ପ୍ରଦାନ କରିଛନ୍ତି ।ଏନେଇ ଆସିକା ଥାନା କେସ ନମ୍ବର- ୪୧/୨୩, ଦଫା ୩ ଓଡିଶା ପ୍ରିଭେନସନ ଅଫ ଗ୍ୟାମ୍ବଲିଙ୍ଗ ଆକ୍ଟ ରେ ମାମଲା ରୁଜୁ କରାଯାଇଛି । ଏହି ଚଢାଉରେ ଆସିକା ସମେତ ଏହାର ଆଖପାଖ ଅଚଂଳରେ ଜୁଆଡି ମାନଙ୍କ ମଧ୍ୟରେ କୋକୁଳା ଭୟ ସୃଷ୍ଟି ହୋଇଛି ।