You are currently viewing ଦନ୍ତାହାତୀ ମୃତ୍ୟୁ ଘଟଣା, ଶିକାରୀ ଗିରଫ, ବନ୍ଧୁକ ଜବତ
ଦନ୍ତାହାତୀ ମୃତ୍ୟୁ ଘଟଣା, ଶିକାରୀ ଗିରଫ, ବନ୍ଧୁକ ଜବତ

ସୋରଡ଼ା ( ଲିଟୁ କୁମାର ବିଷୋୟୀ) – ଗତ ଶନିବାର ଗଞ୍ଜାମ ଭଞ୍ଜନଗର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଇବାଲି ସେକ୍ସନ ବାଣିଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗୁଳି କରି ଶିକାର କରାଯାଇଥିଲା।ଆଜି ସେହି ଘଟଣାରେ ଜଣେ ଶିକାରୀକୁ ଗିରଫ କରିବା ସହ ତା ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟାଏ ଭଙ୍ଗା ବନ୍ଧୁକ, ଶିକାର ବେଳେ ବ୍ୟବହୁତ ଲାଇଟ୍ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି ବନ ବିଭାଗ । ଗିରଫ ଶିକାରୀ ଜଣକ ହେଲେ ବାଣୀଆପଲ୍ଲି ଗାଁର ଉମାକାନ୍ତ ପ୍ରଧାନ।ହାତୀର ବାମ ଗୋଡ଼ ଓ ହାର୍ଟରେ ଗୁଳି ବାଜି ଥିବାରୁ ପ୍ରଚୁର ରକ୍ତଶ୍ରାବ ହୋଇ ଘଟଣା ସ୍ଥଳରେ ହିଁ ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ବନ ବିଭାଗ ।ଘଟଣା ଘଟିବାର ଦୁଇ ଦିନ ଭିତରେ ତଦନ୍ତ କରି ଶିକାରୀ କୁ ଚିହ୍ନଟ କରି କାବୁ କରିବାରେ ସଫଳ ହୋଇଛି ବନବିଭାଗ। ଦାନ୍ତ ଚୋରି ହୋଇନଥିବାରୁ କେବଳ ଦନ୍ତା ହାତୀଟି କ୍ଷେତ ଭିତରକୁ ଆସି ଧାନ ଫସଲ ଖାଇବା ସହ ନଷ୍ଟ କରିଥିବାରୁ ହାତୀକୁ ଗୁଳି କରାଯାଇ ଥିବା କହିଛନ୍ତି ବନଖଣ୍ଡ ଅଧିକାରୀ